ମୋଦି କଣ ପୁରୀରୁ ନିର୍ବାଚନ ଲଢିବେ ? କଣ କହୁଛନ୍ତି ମୋଦି, ଜାଣନ୍ତୁ 

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ ଓଡ଼ିଶାର ପୁରୀରୁ ନିର୍ବାଚନ ଲଢିବେ ? ଏହି ପ୍ରଶ୍ନ ବିଗତ କିଛି ମାସ ଧରି ଓଡ଼ିଶାର ରାଜନୈତିକ ମହଲରେ ଓ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ଏସଂପର୍କରେ ଆଜି ଖୋଦ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇକୁ ଏକ ସାକ୍ଷତକାର ଦେଇ ସେ ପରୋକ୍ଷରେ ସୂଚାଇ ଦେଇଛନ୍ତି ଯେ ଏହା ଏକ କଳ୍ପନାଜଳ୍ପନା ମାତ୍ର । ଏହା ମଧ୍ୟ କହିଛନ୍ତି ଯେ ଏହା ଗଣମାଧ୍ୟମର ଏକ ପରିକଳ୍ପନା ।

ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ପରେ ମୋଦି ପୁରୀରୁ ଲଢିବା ନେଇ ଯେ ଦଳ କୌଣସି ଯୋଜନା କରୁନଥିବା ସ୍ପଷ୍ଟ ହୋଇଯାଇଛି । ତେବେ ଏହା ମଧ୍ୟ ହୋଇପାରେ ଯେ ପ୍ରଧାନମନ୍ତ୍ରୀ ପୁରୀରୁ ଲଢିବା ନେଇ ଦଳ ଏବେଠାରୁ କୌଣସି ଯୋଜନା ପ୍ରକାଶ କରିବାକୁ ଚାହୁଁନାହିଁ । ଗତ ୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରାଣାସୀରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ମୋଦି ବାରାଣାସୀରୁ ଲଢିବା ପରେ ଦଳ ଉତ୍ତରପ୍ରଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା ।

ସମ୍ବନ୍ଧିତ ଖବର