୧୧ବର୍ଷର ବାଳକ ବିଟେକ୍‌-ଏମ୍‌ଟେକ୍‌ ଛାତ୍ରଛାତ୍ରୀ ଦେଉଛି କୋଚିଂ

ହାଇଦ୍ରାବାଦ୍‌: ହାଇଦ୍ରାବାଦରେ ବସବାସ କରୁଥିବା ଜଣେ ୧୧ବର୍ଷର ବାଳକ ବିଟେକ୍‌-ଏମ୍‌ଟେକ୍‌ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେଉଛି। ଏହି କଥା ଶୁଣି ଆପଣଙ୍କୁ ବିଚିତ୍ର ଲାଗୁଥିଲେ ବି ଘଟଣା ଟି ସତ। ସପ୍ତମ ଶ୍ରେଣୀରେ ପାଠପଢ଼ୁ ଥିବା ୧୧ବର୍ଷର ବାଳକ ବିଟେକ୍‌-ଏମ୍‌ଟେକ୍‌ ଛାତ୍ରଛାତ୍ରୀଙ୍କୁ ପାଠପଢ଼ଉଛି। ଏଥିପାଇଁ ସେ କୌଣସି ଚାର୍ଜ ମଧ୍ୟ ନେଇ ନାହିଁ। ସମ୍ପ୍ରତି ସେ ସିଭିଲ, ମେକାନିକାଲ, ଓ ଇଲେକ୍ଟ୍ରିକଲ ଇଞ୍ଜିନିୟରିଙ୍ଗର ପାଖାପାଖି ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଜାଇନ୍‌ ଓ ଡ୍ରାଫିଟିଙ୍ଗର ଟ୍ରେନିଂ ଦେଇଛନ୍ତି।

ପ୍ରକାଶ ଯେ, ୧୧ ବର୍ଷର ଏହି ନାବାଳକ ସ୍ନାତକ ଓ ପ୍ରଯୁକ୍ତି ବିଦ୍ୟାର ଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି । ମହମ୍ମଦ ଅସନ୍‌ ଅଲି ସମସ୍ତ ଛାତ୍ରଙ୍କୁ ମାଗଣାରେ ଶିକ୍ଷା ଦାନ କରିବା ସହ ୨୦୨୦ ସୁଦ୍ଧା ୧୦୦୦ ଇଞ୍ଜିଂନିୟରଙ୍କୁ ଶିକ୍ଷା ଦେବାର ଯୋଜନା ରଖିଛନ୍ତି । ଏହାସହ ମହମ୍ମଦ ଏକ ବର୍ଷ ତଳୁ ଏକ ଚାକିରି କ୍ଷେତ୍ରରେ କାର୍ଯ୍ୟରତ ମଧ୍ୟ।

ଏ ବିଷୟରେ ମହମ୍ମଦଙ୍କୁ ପଚାରିବାରୁ ସେ କୁହନ୍ତି କି, ‘ପ୍ରତିଦିନ ସକାଳ ସମୟରେ ସେ ସ୍କୁଲ ଯିବା ସହ ୩ଟାରେ ଘରକୁ ଫେରି କିଛି ସମୟ ଖେଳିବା ସହ ନିଜ ହୋମୱାର୍କ କରିଥାନ୍ତି । ଏହାପରେ ସନ୍ଧ୍ୟା ୬ଟା ସୁଦ୍ଧା କୋଚିଂ ଯାଇ ସେଠାରେ ସିଭିଲ, ମେକାନିକାଲ ଓ ଇଲେକଟ୍ରିକାଲ ଇଞ୍ଜିନିୟର ଛାତ୍ରଙ୍କୁ ପାଠ ପଢାଇଥାନ୍ତି । ପାଠ ପଢାଇ ପଇସା ଉପାର୍ଜନ ନୁହେଁ ବରଂ ଭାରତ ପାଇଁ କିଛି କରିବାକୁ ଚାହୁଁଛି ବୋଲି ମହମ୍ମଦ କହିିଛନ୍ତି।’

ସମ୍ବନ୍ଧିତ ଖବର