୩୦ବର୍ଷର ଯୁବକ ଦେଖାଯାଉଛନ୍ତି ୨ବର୍ଷର ଶିଶୁ ଭଳି

ଚାଇନା: ଚାଇନାର ପୂର୍ବ ଗ୍ରାମୀଣ ଅଞ୍ଚଳରେ ଜନ୍ମ ନେଇଥିବା ଓ୍ଵାଙ୍ଗ ତିୟାନଫଙ୍ଗ ଏକ ଅଜବ ଧରଣର ରୋଗରେ ପୀଡିତ ହୋଇଛନ୍ତି। ଓ୍ଵାଙ୍ଗଙ୍କ ଜନ୍ମ ୧୯୮୭ ମସିହାରେ ହୋଇଥିଲା। ଜନ୍ମ ହେବାର ଦୁଇବର୍ଷ ପରେ ତାଙ୍କ ଉଚ୍ଚତା ଆଉ ବୃଦ୍ଧି ପାଇଲା ନାହିଁ। ଓ୍ଵାଙ୍ଗ ଏବେ ୩୦ବର୍ଷ ବୟସରେ ପଦାର୍ପଣ କରିଛନ୍ତି, ହେଲେ ଦେଖିବାକୁ ଦୁଇବର୍ଷ ପିଲା ଭଳି, କେବଳ ଏତିକି ନୁହେଁ ଓ୍ଵାଙ୍ଗ କଥା ବି କହି ବି ପାରୁ ନାହାନ୍ତି।

ଓ୍ଵାଙ୍ଗଙ୍କ ଉଚ୍ଚତା ୨ଫୁଟ ୭ଇଞ୍ଚ ରହିଛି। ଜନ୍ମ ହେବାର ୨ବର୍ଷ ପରେ ତାଙ୍କ ମସ୍ତିଷ୍କର ବି ବିକାଶ ହେବା ବନ୍ଦ ହୋଇ ଯାଇଥିଲା। ଓ୍ଵାଙ୍ଗ ମା’ଙ୍କ କହିବାନୁସାରେ, ‘ଯେତେବେଳେ ଓ୍ଵାଙ୍ଗର ଶରୀର ବିକାଶ ବନ୍ଦ ହୋଇଗଲା, ସେତେବେଳେ ଲୋକମାନେ କହିଥିଲେ ଓ୍ଵାଙ୍ଗଙ୍କୁ ରାସ୍ତାରେ କିମ୍ବା କୌଣସି ମନ୍ଦିରରେ ଛାଡ଼ି ଆଉ ଏକ ସନ୍ତାନକୁ ଜନ୍ମ ଦେବା ଉଚିତ। ମୁଁ କିନ୍ତୁ ସେଭଳି କିଛି କରି ନଥିଲି। ଯେତେ ଯାହା ହୋଇଗଲେ ବି ମୁଁ ମୋ ପୁତ୍ରର ଦେଖାଶୁଣା କରିବି ବୋଲି କହିଥିଲି। ଏଥିପାଇଁ ମୁଁ ଚାକିରି ବି ଛାଡ଼ି ଚାହା ବଗିଚାରେ କାମ କରିବା ଆରମ୍ଭ କରିଥିଲି।’

ଶାରୀରିକ ଅସମର୍ଥତା କାରଣରୁ ଓ୍ଵାଙ୍ଗଙ୍କୁ ୨୪ଘଣ୍ଟା ପର୍ଯ୍ୟନ୍ତ ଦେଖାଶୁଣାର ଆବଶ୍ୟକତା ହୋଇଥାଏ। ଓ୍ଵାଙ୍ଗଙ୍କୁ ଖୁଆଇ ଦେବା ଠାରୁ ଆରମ୍ଭ କରି ପୋଷାକ ପିନ୍ଧାଇବା ପର୍ଯ୍ୟନ୍ତ ସବୁ କାମ ତାଙ୍କ ମା’ଙ୍କୁ ହିଁ କରିବାକୁ ପଡ଼ିଥାଏ। ଏଯାବତ୍‌ ତାଙ୍କ ପୁଅକୁ କେଉଁ ରୋଗ ହୋଇଛି, ତା’ର ଶାରିରୀକ ବିକାଶ କାହିଁକି ହୋଇ ପାରୁ ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରୁ ନାହିଁ। ଡାକ୍ତରଙ୍କ କହିବା ଅନୁସାରେ, ଏଭଳି ଅବସ୍ଥାରେ ଏତେ ବର୍ଷ ଓ୍ଵାଙ୍ଗଙ୍କ ବଞ୍ଚିବା ଏକ ଚମତ୍କାର ଠାରୁ କମ୍‌ ନୁହେଁ।

ସମ୍ବନ୍ଧିତ ଖବର