ଏମିତି ଏକ ମନ୍ଦିର, ଯେଉଁଠି କେଶର ଓ ଚନ୍ଦନ ବୃଷ୍ଟି ହୁଏ !

ଆୟୁର୍ବେଦ ଏବଂ ସୌନ୍ଦର୍ଯ୍ୟ ଶାସ୍ତ୍ରରେ କେଶର ଏବଂ ଚନ୍ଦନର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି। ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ। କିନ୍ତୁ ଏକଥା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିବେ ନାହିଁ କି ଏମିତି ଏକ ତୀର୍ଥସ୍ଥଳୀ ରହିଛି ଯେଉଁଠାରେ ପ୍ରାକୃତିକ ଭାବେ ଚନ୍ଦନ ଓ କେଶର ବର୍ଷା ହୋଇଥାଏ।

Tours & Holiday Packages in India

ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ସୀମାରେ ଥିବା ମାଲଓ୍ଵାରେ ମୁକ୍ତାଗିରି ନାମକ ଏକ ପବିତ୍ର ତୀର୍ଥସ୍ଥାନ ରହିଛି। ସେଠାରେ ଦିଗମ୍ବର ଜୈନ ମୁନୀମାନେ ମୁଖ୍ୟତଃ ବସବାସ କରନ୍ତି । ଏହା ଏମିତି ଏକ ମନ୍ଦିର ଯେଉଁଠି ସପ୍ତମୀ ଏବଂ ଚତୁର୍ଦ୍ଦଶୀ ଦିନ ଚନ୍ଦନ ଏବଂ କେଶର ବର୍ଷା ହୋଇଥାଏ। ଏହି ସ୍ଥାନରେ ଜୈନ ଧର୍ମର ଦିଗମ୍ବର ସଂପ୍ରଦାୟର ୫୨ ଟି ମନ୍ଦିର ରହିଛି । ଏହି ମନ୍ଦିରଗୁଡ଼ିକ ସ୍ଥାପତ୍ୟକଳା ପାଇଁ ପ୍ରସିଦ୍ଧ। ମାନ୍ୟତା ରହିଛି କି ମୁକ୍ତାଗିରି ମନ୍ଦିରର ୬୦୦ ଟି ପାହାଚ ଚଢ଼ି ଆସିଲେ ଏବଂ ପାହାଚରେ ଓହ୍ଲାଇ ଫେରିଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

Dainik Bhaskar

ଏହାର ପଛରେ ଏକ ଧାର୍ମିକ କାହାଣୀ ରହିଛି। ପ୍ରାୟ ୧୦୦୦ବର୍ଷ ପୂର୍ବେ ଜଣେ ଜୈନ ମୁନୀ ବସି ଏଠାରେ ଧ୍ୟାନ କରୁଥିଲେ । ସେହି ସମୟରେ ଏକ ମଲା ବେଙ୍ଗ ଆସି ତାଙ୍କ ସାମ୍ନାରେ ପଡ଼ିଲା। ସେହି ଋଷି ଜଣକ ଆଖିଖୋଲି ମଲା ବେଙ୍ଗକୁ ଦେଖିବା ପରେ ତାଙ୍କ ମନରେ ଦୟା ଆସିଲା, ସେ ତା’ କାନରେ ‘ନମୋକାର’ ମନ୍ତ୍ର ପଢିଲେ। ଫଳରେ ବେଙ୍ଗଟିର ମୋକ୍ଷ ପ୍ରାପ୍ତି ହୋଇଥିଲା। ସେଥିପାଇଁ ମୁକ୍ତାଗିରି ପର୍ବତକୁ ମେଣ୍ଡଗିରି ପର୍ବତ ନାମରେ ସମସ୍ତେ ଜାଣନ୍ତି। ଏହି ଦିନକୁ ନିର୍ବାଣ ଦିବସ ଅନୁସାରେ ପାଳନ କରାଯାଏ। ବିଶ୍ୱାସ ଅନୁସାରେ ଦେବଗଣ ଏହି ଦିନ ଆକାଶରୁ ଚନ୍ଦନ ଏବଂ କେଶର ବର୍ଷା କରନ୍ତି।

ସମ୍ବନ୍ଧିତ ଖବର