ଆପଣ କୌଣସି ବି ୟୁଜରଙ୍କ WhatsAppକୁ ନିଜ ସ୍ମାର୍ଟଫୋନ୍ରେ ଖୋଲି ପାରିବେ। ଯାହାର ବି ଆକାଉଣ୍ଟ୍ ଖୋଲିଲେ ତା’ର ମେସେଜ୍ ପଢ଼ି ପାରିବେ ଓ ସେହି ନମ୍ବରରୁ ଯେକୌଣସି ବ୍ୟକ୍ତିଙ୍କୁ ମେସେଜ୍ ମଧ୍ୟ କରି ପାରିବେ। ପୁରା ଆକାଉଣ୍ଟ୍କୁ ଆପଣ ହିଁ ଅପରେଟ୍ କରି ପାରିବେ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ଏକ ଫ୍ରି ଆପ୍ ମାଧ୍ୟମରେ ହୋଇ ପାରିବ। କିନ୍ତୁ ଯାହାର WhatsApp ଆକାଉଣ୍ଟ୍ ଆପଣ ଅପରେଟ୍ କରିବା ପାଇଁ ଚାହିଁବେ କେବଳ ୫ ସେକେଣ୍ଡ୍ ପାଇଁ ସେହି ସ୍ମାଟ୍ର୍ଫୋନ୍ର ଦରକାର ପଡ଼ିବ। ଜାଣନ୍ତୁ କେମିତି ବ୍ୟବହାର କରିବେ ଏହି ଟ୍ରିକ୍ ଦ୍ୱାରା….
Sambad is now on WhatsApp
Join and get latest news updates delivered to you via WhatsApp
ପ୍ଲେ ଷ୍ଟୋର୍ରୁ ଫ୍ରି ଆପ୍ Whatscan for WhatsApp ଇନ୍ଷ୍ଟଲ୍ କରନ୍ତୁ।
ଆପ୍କୁ ଖୋଲନ୍ତୁ। ଯେଉଁ ଭାଷାରେ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି ତା’କୁ ସିଲେକ୍ଟ୍ କରନ୍ତୁ।
ଯଦି ପାସ୍ଓ୍ଵାର୍ଡ ଦେବା ପାଇଁ ଚାହୁଁଛନ୍ତି ତା’ହେଲେ ପାସ୍ଓ୍ଵାର୍ଡ ସେଟ୍ କରନ୍ତୁ।
ଏବେ ଏକ QR କୋଡ୍ ସ୍କ୍ରିନ୍ରେ ଆସିବ। ଏହି କୋଡ୍ ଦ୍ୱାରା ଅନ୍ୟ WhatsApp ଖୋଲି ହେବ।
ଯାହାର WhatsApp ଖୋଲିବା ପାଇଁ ଚାହୁଁଛନ୍ତି ଏହି କୋଡ୍କୁ ଆପଣ ସେହି ସ୍ମାର୍ଟଫୋନ୍ ସହ ସ୍କାନ୍ କରନ୍ତୁ।
କୋଡ୍ ସ୍କାନ୍ ହେଲା ମାତ୍ରେ ଆପଣଙ୍କ ଫୋନ୍ରେ ଆକାଉଣ୍ଟ୍ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥାଏ।
ଏବେ ଆପଣଙ୍କୁ ଫୋନ୍ରେ ଅନ୍ୟ WhatsApp ଆକାଉଣ୍ଟ୍ର ସମସ୍ତ ମେସେଜ୍, ଫଟୋ ଇତ୍ୟାଦି ଦେଖାଯିବ।
ଆପଣ ଚାହିଁଲେ ଚାଟିଙ୍ଗ୍ କରି ପାରିବେ, ହେଲେ ଏହି ଚାଟ୍ ସେହି ଫୋନ୍ରେ ମଧ୍ୟ ଦେଖାଯିବ ଯାହାର WhatsAppକୁ ଆପଣ ଖୋଲିଛନ୍ତି।
ଏହି ଆକାଉଣ୍ଟ୍କୁ ମେନ୍ୟୁ ବାର୍କୁ ଯାଇକି କିମ୍ବା ସେହି ଫୋନ୍ରେ ମଧ୍ୟ ଲଗ୍ଆଉଟ୍ କରି ପାରିବେ ଏହି ଆକାଉଣ୍ଟ୍ ଯାହାର।