ଘରେ ଅର୍ଥର ପ୍ରାଚୁର୍ଯ୍ୟ ଚାହାଁନ୍ତି ତ, ଏସବୁ କଥାକୁ ଗୁରୁତ୍ୱ ଦିଅନ୍ତୁ

ଆପଣ କଠିନ ପରିଶ୍ରମ କରୁଛନ୍ତି, ମାତ୍ର ତାହାର ଫଳ ମିଳୁନାହିଁ। ଯେତେ ଅର୍ଥ ରୋଜଗାର କରିଲେ ମଧ୍ୟ ତାହା ଆପଣଙ୍କୁ ଅଣ୍ଟୁ ନାହିଁ। ଘରେ ଅର୍ଥର ପ୍ରାଚୁର୍ଯ୍ୟ ପାଇଁ ନିମ୍ନ ଉପାୟ ଅବଲମ୍ବନ କରିପାରନ୍ତି।
-ଯଦି ଆପଣ ଭଗବାନଙ୍କ ପ୍ରତିମୂର୍ତ୍ତି ବା ଫଟୋ ଚିତ୍ରରେ ସକାଳେ ପୂଜା ସମୟରେ ପୁଷ୍ପ ଅର୍ପଣ କରୁଛନ୍ତି, ତେବେ ସନ୍ଧ୍ୟା ସମୟରେ ତାକୁ କାଢି ଦିଅନ୍ତୁ।
-ଘରକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଘରେ ଅନାବଶ୍ୟକ ସାମଗ୍ରୀ ରଖନ୍ତୁ ନାହିଁ।
-ଘରେ ଦୁଗ୍ଧକୁ କଦାଚିତ ନ ଘୋଡ଼ାଇ ରଖନ୍ତୁ ନାହିଁ।
-ଘର ଭିତରକୁ ଜୋତା ପିନ୍ଧି କରି ଯାଆନ୍ତୁ ନାହିଁ। ଘର ବାହାରେ ଜୋତା ଚପଲ ରଖିବା ଭଲ।
-ଘରେ ରୁଟି ତିଆରି କରୁଥିଲେ, ସେଥିମଧ୍ୟରୁ ଗୋଟିଏ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ। କୁକୁରକୁ ବି ରୁଟି ଖାଇବାକୁ ଦେଲେ ଭଲ।
-ଘର ଭିତରେ କେତେକ ନିର୍ଦ୍ଦିଷ୍ଟ ଚାରା ଲଗାଇଲେ, ସମୃଦ୍ଧିର ବାତାବରଣ ସୃଷ୍ଟି ହୋଇଥାଏ।


-ତେବେ ଘର ଭିତରେ କାକଟ୍‌ସ ଭଳି କଣ୍ଟା ଚାରା ବା ଗଛ ଆଦୌ ରଖନ୍ତୁ ନାହିଁ।
-ଘରର ଦକ୍ଷିଣ ପାର୍ଶ୍ୱରେ କଦାଚିତ୍‌ ତୁଳସୀ ଗଛ ରଖନ୍ତୁ ନାହିଁ।

ସମ୍ବନ୍ଧିତ ଖବର