ହୋଲିକା ଦହନର ଭିନ୍ନ ପରମ୍ପରା : ର୍ନିବସ୍ତ୍ର ହୋଇ ନିଆଁ ଲଗାଇବା ସହ ଖାଇଥାନ୍ତି ଆବର୍ଜନା

ରଙ୍ଗର ପର୍ବ ହୋଲି ଦିନ ହୋଲିକା ଦହନର ପରମ୍ପରା ବହୁ ରାଜ୍ୟରେ ପ୍ରଚଳିତ ରହିଛି। ଏହାକୁ ନେଇ ସାରା ଦେଶରେ ବିଭିନ୍ନ ସ୍ଥାନରେ ରହିଛି ଅନେକ ପ୍ରକାରର ପରମ୍ପରା । ସେହିପରି ଏକ ପରମ୍ପରା ଦେଖିବାକୁ ମିଳିଥାଏ ଆଜମଗଡ଼ର ସଗଡ଼ି ତହସିଲ ଅନ୍ତର୍ଗତ ଝାଝଓ୍ଵା ଗ୍ରାମରେ । ଏହି ପରମ୍ପରା ଅନ୍ତର୍ଗତ ଗ୍ରାମବାସୀ ର୍ନିବସ୍ତ୍ର ହୋଇ ହୋଲିକା ଦହନର ନିଆଁରେ ପ୍ରସ୍ତୁତ ହୋଇଥିବା ଆବର୍ଜନାକୁ ଖାଇଥାନ୍ତି । ଏହି ଖାସ ଆବର୍ଜନାକୁ ଖାଇବା ପାଇଁ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଲୋକ ମଧ୍ୟ ଏହି ଗ୍ରାମକୁ ଆସିଥାନ୍ତି ।

ABP News

ଗ୍ରାମବାସୀଙ୍କ ଅନୁଯାୟୀ ଏହି ଆବର୍ଜନାକୁ ଖାଇବା ଦ୍ୱାରା ବଡ଼ ବଡ଼ ରୋଗ ଦୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ବାତ ରୋଗ ମୂଳରୁ ଦୂର ହୋଇଯାଇଥାଏ । ଏହି ଆବର୍ଜନାକୁ ହୋଲିକା ଦହନ ପରେପରେ ନିବସ୍ତ୍ର ହୋଇ ନିକାଞ୍ଚନ ସ୍ଥାନରେ ପ୍ରସ୍ତୁତ କରାଯାଇଥାଏ । ଏହାକୁ ପ୍ରସ୍ତୁତ କରିବା ସମୟରେ ପ୍ରସ୍ତୁତକାରୀଙ୍କ ପାଖରେ କେହି ରହି ନ ଥାନ୍ତି । ଏହି ମଇଳାକୁ ପ୍ରସ୍ତୁତ କରିବା ପରେ ଏହାକୁ ସମସ୍ତ ଗ୍ରାମରେ ବଣ୍ଟା ଯାଇଥାଏ । ଏହାକୁ ଯେଉଁମାନେ ଖାଇଥାନ୍ତି ସେମାନେ ଗ୍ରାମ ଛାଡ଼ି ପଳାନ୍ତି । କାରଣ ଏହି ମଇଳାକୁ ଖାଇବା ପରେ ସେହି ଗ୍ରାମର ଖାଦ୍ୟ ଏବଂ ଜଳ ଗ୍ରହଣ କରିବା ନିଷେଧ ରହିଥାଏ । ଏପରି ନକଲେ ଏହି ଆବର୍ଜନା ଲୋକଙ୍କ ଶରୀରରେ କାମ କରି ନ ଥାଏ ।

ସମ୍ବନ୍ଧିତ ଖବର