ହେଲମେଟ ନ ପିନ୍ଧିବା କାରଣରୁ ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟିବା ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ଏହି କାରଣରୁ ଅନେକଙ୍କ ଅକାଳ ମୃତ୍ୟୁ ମଧ୍ୟ ହୋଇଛି। ସରକାରଙ୍କ ତରଫରୁ ଏନେଇ ଅନେକ ସଚେତନତା ମୂଳକବାର୍ତ୍ତା ତଥା କାର୍ଯ୍ୟକ୍ରମ ଜାରି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିିପାରୁ ନାହିଁ । ଏଭଳି ପରିସ୍ଥିତିକୁ ନଜରରେ ରଖି ଡିଏଭି ୟୁନିଭର୍ସିଟିର କିଛି ଛାତ୍ରମାନେ ମିଶି ଏଭଳି ଏକ ସ୍ମାର୍ଟ ବାଇକ୍ ତିଆରି କରିଛନ୍ତି, ଯାହାକି ବିନା ହେଲମେଟରେ ଆଦୌ ଷ୍ଟାର୍ଟ ହେବ ନାହିଁ । ତେବେ ଏହି ସିଷ୍ଟମ କୌଣସି ବି ବାଇକରେ ବ୍ୟବହାର କରାଯାଇପାରିବ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବାଇକରେ RF Modular Receiver ଏବଂ RF modular transmitter ଖଞ୍ଜା ଯାଇଛି। ରିସିଭର ବାଇକର ବଡିରେ ଫିଟ୍ କରାଯାଇଥିବା ବେଳେ ଟ୍ରାନ୍ସମିଟର ହେଲମେଟ ଭିତରେ ଫିଟ୍ କରାଯାଇଛି । ସେହିପରି ଆରଏଫ ମଡ୍ୟୁଲର ଡିକୋଡରର କାମ କରୁଥିବା ବେଳେ ଟ୍ରାନ୍ସମିଟର ଇନକୋଡରର କାମ କରିବ। ଏହାବ୍ୟତୀତ ଇନକୋଡର ଏବଂ ଡିକୋଡରରେ Relay and Register ବ୍ୟବହାର କରାଯାଇଛି, ଯାହାକି ସିଗନାଲକୁ ଉଭୟ ଟ୍ରାନ୍ସମିଟ ଏବଂ ରିସିଭ କରିବାର କାମ କରିବ ।
ଏହି ବାଇକରେ ହେଲମେଟ ମଧ୍ୟ ଦିଆଯାଉଛି । ହେଲମେଟର ବାହାର ପଟେ ଅନଅଫ ସୁଇଚ ଲଗାଯାଇଛି , ଯାହାକି ବ୍ୟାଟେରୀ ଅନ୍ ଅଫର କାମ କରିବ । ଯେତେବେଳେ ହେଲମେଟ ପିନ୍ଧିବେ ସେତେବେଳେ ହେଲମେଟଟିର ଭିତରେ ତଥା ମୁଣ୍ଡର ଉପରି ଭାଗ ଅଂଶ ଏଥିରେ ଟଚ୍ କରିବ ଏବଂ ହେଲମେଟ ଭିତରେ ଥିବା ସୁଇଚଟି ଅନ ହୋଇଯିବ।
ଏହା ସିଗନାଲ ଟ୍ରାନ୍ସମିଟ କରିବ ଏବଂ ବାଇକର ବଡିରେ ଲଗାଯାଇଥିବା ଆରଏଫ ମଡ୍ୟୁଲର ସିଗନାଲକୁ ରିସିଭ କରିବ, ଯେଉଁଥିରେ ବାଇକଟିର ଇଂଜିନ ଷ୍ଟାର୍ଟ ହୋଇଯିବ । ଯଦି ଚାଳକ ଜଣକ ହେଲମେଟକୁ ବାହାର କରିଦିଅନ୍ତି ତେବେ ବାଇକର ଇଂଜିନ ମଧ୍ୟ ବନ୍ଦ ହୋଇଯିବ । କାହିଁକି ନା ଏହାଦ୍ୱାରା ଉଭୟ ଟ୍ରାନ୍ସମିଟ ଏବଂ ରିସିଭର ଲିଙ୍କ୍ ହୋଇ ପାରିବ ନାହିଁ । ଉଭୟ ଟ୍ରାନ୍ସମିଟ ଏବଂ ରିସିଭ ଚାଲୁ କରିବା ପାଇଁ ଉଭୟ ବାଇକ୍ ଏବଂ ହେଲମେଟ ମଧ୍ୟରେ ଥିବା ଭୋଲ୍ଟର ବ୍ୟାଟେରୀ ବ୍ୟବହୃତ କରାଯାଇଛି ।