ମସାଜ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଏସବୁ ନିୟମ ମାନିବା ଦରକାର

ଆଜିକାଲି ମସାଜ୍‌ ସେଣ୍ଟର ଖୋଲିଛି। ଅନେକ ଲୋକ ସେଠାକୁ ଯାଇ ନିଜ ଶରୀରର ମାଲିସ୍‌ କରାଇଥାନ୍ତି । ତେବେ ଆଜି ବି ଅଧିକାଂଶ ଲୋକ ନିଜ ଘରେ ହିଁ ମସାଜ୍‌ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହାର କେତେକ ନିୟମ ରହିଛି ,ଯାହା ନ ଜାଣି ମାଲିସ୍‌ କରାଇଲେ ସେଥିରୁ ଲାଭ କମ୍‌ ବରଂ କ୍ଷତି ବେଶୀ ହୋଇଥାଏ। ଏଣୁ ପ୍ରଥମେ ଏହାର ନିୟମ ଜାଣିବା ଆବଶ୍ୟକ। ମସାଜ୍‌ପାଇଁ ପ୍ରାତଃ ସମୟ ସବୁଠୁ ଭଲ । ଯେଉଁ ଘରେ ମାଲିସ୍‌ କରିବେ, ତାହା ଖୋଲାଥିବ ଓ ଉନ୍ମୁକ୍ତ ପବନ ଆତଯାତ କରୁଥିବ ଏବଂ ଶାନ୍ତ ପରିବେଶ ସେଠାରେ ଥିବ ।

ମାଲିସ୍‌ ପାଇଁ ସୋରିଷ, ରାଶି ବା ନଡ଼ିଆ ତେଲର ଉପଯୋଗ କରିବା ଆବଶ୍ୟକ ।ସର୍ବଦା ମନେ ରଖନ୍ତୁ । ମାଲିସ୍‌ କରିବା ସମୟରେ ହାତର ଗତି ସବୁବେଳେ ହୃଦୟ ଆଡୁ ହେଉଥିବ ।ଖାଦ୍ୟଗ୍ରହଣ କରିବାର ତୁରନ୍ତ ପରେ ମାଲିସ୍‌ କରିବା ଉଚିତ୍‌ ନୁହେଁ ।ଗର୍ଭବତୀ ମହିଳାଙ୍କର ପେଟ କିମ୍ବା ପାଦ ମାଲିସ୍‌ କରିବା ଉଚିତ୍‌ ନୁହେଁ ।ସାଧାରଣତଃ ମାଲିସ ପାଦରୁ ମୁଣ୍ଡ ଆଡକୁ କରାଯାଇଥାଏ । ମାଲିସ୍‌ ଘରେ ଅଳ୍ପ ସମୟ ପାଇଁ ଖରାରେ ବସିବା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ।

photo- body-massage.co

ମାଲିସ ହେବାପରେ ଅଳ୍ପ ଉଷୁମ ପାଣିରେ ସ୍ନାନ କରିବା ଉଚିତ । ଏହା ଦ୍ୱାରା ତେଲର ଚିକ୍କଣିଆ ଅଂଶ ଚାଲିଯାଏ । ତା’ପରେ ତଉଲିଆରେ ରଗଡ଼ି କରି ଶରୀରକୁ ପୋଛନ୍ତୁ । ଏହା ଦ୍ୱାରା ରୋମ ଖୋଲିଯାଏ । ଯଦି ଏହି ନିୟମ ନ ମାନିବେ , ତେବେ ଶରୀରର ବିଭିନ୍ନ ଅଙ୍ଗରେ ଅଯଥା ଯନ୍ତ୍ରଣା ଅନୁଭବ କରି ପାରନ୍ତି। ଖାଲି ସେତିକି ନୁହେଁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ବି ଜରୁରୀ।

ସମ୍ବନ୍ଧିତ ଖବର