ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୧୯

ସିଏସ୍‌ଆର୍‌

ପ୍ଲାଟିନମ୍‌

ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)

କୋଇଲା ଶବ୍ଦ ଶୁଣିଲେ ଯେଉଁ ନାମଟି ସର୍ବପ୍ରଥମେ ମନକୁ ଆସେ ତାହା ହେଉଛି ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍। ସମ୍ବଲପୁରର ବୁର୍ଲା ଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଜରିଆରେ ପରିଚାଳିତ ହେଉଛି ଏହି କଂପାନି। କୋଲ୍‌ ଇଣ୍ଡିଆର ଥିବା ଆଠଟି ସହଯୋଗୀ ସଂସ୍ଥା ମଧ୍ୟରୁ ଏହା ଗୋଟିଏ ଏବଂ ଏହା ଉତ୍ପାଦନ ଠାରୁ ଆରମ୍ଭ କରି କାରବାର ସବୁ କ୍ଷେତ୍ରରେ ଶ୍ରେଷ୍ଠତ୍ବ ହାସଲ କରିଛି। ବର୍ତ୍ତମାନ ଏହା କଂପାନିର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଆର୍‌ ଆର୍‌ ମିଶ୍ରଙ୍କ ଦ୍ବାରା ପରିଚାଳିତ ହେଉଛି। ତାଙ୍କୁ ତିନି ଜଣ ନିର୍ଦେଶକ, ତିନି ସ୍ବାଧୀନ ନିର୍ଦେଶକ ଏବଂ ଦୁଇ ଜଣ ଅସ୍ଥାୟୀ ନିର୍ଦେଶକ ସହଯୋଗ କରୁଛନ୍ତି। ୨୦୧୮ଡିସେମ୍ବର ସୁଦ୍ଧା ଏମ୍‌ସିଏଲ୍ ୯୮୩.୮୨ ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଛି। ୧୯୭୫ ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଓଡ଼ିଶାର ବିଭିନ୍ନ ଅ˚ଚଳରେ ଏମ୍‌ସିଏଲ୍‌ର ଖଣି ରହିଛି। ଏହାର ସାତଟି ଓପନ୍‌ କାଷ୍ଟ ଖଣି ଏବ˚ ତିନିଟି ଭୂତଳ ଖଣି ରହିଛି। ସାମାଜିକ କଲ୍ୟାଣମୂଳକ କାମ କରିବାରେ ଏମସିଏଲର ବହୁତ ସୁନାମ ରହିଛି। ଏହା ପାନୀୟ ଜଳ ଯୋଗାଣଠାରୁ ଆରମ୍ଭ କରି ଜୀବନଜୀବିକା ସୁଯୋଗ ଯୋଗାଇ ଦେବା, ମହିଳା ଶସକ୍ତୀକରଣ, ପାରମ୍ପରିକ ହସ୍ତ ଶିଳ୍ପର ପ୍ରସାର, କ୍ରୀଡ଼ାର ବିକାଶ, ସ˚ଖ୍ୟାଲଘୁ ଏବ˚ ମହିଳାଙ୍କ ବିକାଶ, ଗ୍ରାମୀଣ ବିକାଶ ଭିତ୍ତିକ ପ୍ରକଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ସୁଚାରୁ ରୂପେ କାମ କରୁଛି।

ଗୋଲ୍ଡ

ନ୍ୟାସନାଲ୍‌ ଆଲୁମିନିୟମ କ˚ପାନି (ନାଲ୍‌କୋ) 

ଓଡ଼ିଶା ପାଇଁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ଏକ ଗର୍ବ ଏବଂ ଗୌରବ। ଏହି ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନି ୧୯୮୧ ମସିହା ଜାନୁଆରି ୭ ତାରିଖରେ ଆରମ୍ଭ ହୋଇଥିଲା। କଂପାନିର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ନାଲ୍‌କୋ ବ୍ୟବସାୟ ନୁହେଁ ଦେଶର ଏକ ଦାୟିତ୍ବ ସମ୍ପନ୍ନ ଉଦ୍ୟୋଗ ଭାବେ ଲୋକଙ୍କ ଉନ୍ନତି ଓ ପରିବେଶର ସୁରକ୍ଷା ପାଇଁ ଅନେକ କାର୍ଯ୍ୟ ଆରମ୍ଭରୁ କରିଆସୁଛି। ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନାଲକୋ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ବାବଦରେ ୩୨୫ କୋଟି ଟଙ୍କା ଖର୍ଚ କରିଛି। ଏଥିପାଇଁ ୨୦୧୦ରୁ କମ୍ପାନି ଏକ ଫାଉଣ୍ଡେସନ୍ ମଧ୍ୟ ପ୍ରତିଷ୍ଠା କରିସାରିଛି। କମ୍ପାନି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ୮୧୨ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ୩ଟି ଖ୍ୟାତନାମା ଆବାସିକ ବିଦ୍ୟାଳୟରେ ପାଠ ପଢ଼ାଇବା ଦାୟିତ୍ବ ବହନ କରିଛି। ‘ନାଲକୋ କି ଲାଡ୍‌ଲୀ’ ଯୋଜନାରେ ୨୭୭ ଜଣ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛି। ସେହିଭଳି ଲୋକଙ୍କ ଚିକିତ୍ସା ପାଇଁ ନାଲକୋ ୯ଟି ମୋବାଇଲ ହେଲଥ୍ ୟୁନିଟ୍ ସ୍ଥାପନ କରିଛି। ଏଥିସହିତ ୧୫ କୋଟି ବ୍ୟୟରେ ନାଲକୋ ଅନୁଗୁଳଠାରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ସ୍ଥାପନ କରୁଛି। ଭୁବନେଶ୍ବରର ଏମ୍ସରେ ରୋଗୀଙ୍କ ସମ୍ପର୍କୀୟଙ୍କ ରହିବା ପାଇଁ ଏକ ରାତ୍ର ଆଶ୍ରୟସ୍ଥଳ ମଧ୍ୟ ନିର୍ମାଣ କରୁଛି। ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ଏହି କମ୍ପାନି ୪୭୯ଟି ପାଇଖାନା ନିର୍ମାଣ କରିଛି।

ସିଲ୍‌ଭର୍‌

ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍‌ ଫେରୋ ଆଲଏଜ୍ (ଇମ୍ଫା) 

ଭୁବନେଶ୍ବରର ବମିଖାଲଠାରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍‌ ଫେରୋ ଆଲଏଜ୍ (ଇମ୍ଫା) ହେଉଛି ଧାତବ କାରବାର ଜଗତରେ ଏକ ପରିଚିତ ନାମ। ୧୯୬୧ ମସିହାରେ ଏହା ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହା କଂପାନିର ପରିଚାଳନା ନିର୍ଦେଶକ ଓ ସିଇଓ ଶୁଭ୍ରକାନ୍ତ ପଣ୍ଡାଙ୍କ ଦ୍ବାରା ପରିଚାଳିତ ହୋଇ ନୂତନ ଶିଖ‌ରରେ ପହଞ୍ଚିଛି। ଦକ୍ଷିଣ କୋରିଆର ପୋସ୍କୋ, ଜାପାନର ନିସିନ୍ ଷ୍ଟିଲ୍ ଏବଂ ମାରୁମେନି କର୍ପୋରେସନ ଏବଂ ଚୀନ୍ ଓ ତାଇୱାନର ଅଗ୍ରଣୀ ଇସ୍ପାତ କଂପାନି ହେଉଛନ୍ତି ଇମ୍ଫାର ଦୀର୍ଘସ୍ଥାୟୀ ଗ୍ରାହକ। ଇମ୍ଫା ଏବେ କ୍ରୋମ ପଥର ଖଣି କାର୍ଯ୍ୟ ଠାରୁ ଆରମ୍ଭ କରି ବିଦ୍ୟୁତ ଉତ୍ପାଦନ ଏବଂ ଫେରୋ ଆଲଏଜ୍ ସ୍ମେଲଟିଂ ଆଦି କ୍ଷେତ୍ରରେ କାମ କରୁଛି। ଏହା ଭାରତ ସମେତ ଚୀନ୍, ଜାପାନ ଏବଂ ତାଇୱାନର ଫେରୋ କ୍ରୋମ ଆବଶ୍ୟକତା ପୂରଣ କରୁଛି। ସିଲିକନ୍ ଆଲଏଜ୍ ଉତ୍ପାଦନ କରିବାରେ ଇମ୍ଫା ଅଗ୍ରଦୂତ ସାଜିଛି। ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ଇମ୍ଫାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଇଣ୍ଡିଆନ୍ ମେଟାଲ୍ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ନାମରେ ଏହା ଶିକ୍ଷା, ସ୍ବାସ୍ଥ୍ୟ ସେବା ଏବଂ ସଂସ୍କୃତି କ୍ଷେତ୍ରରେ କାମ କରୁଛି। ୧୯୮୦ ମସିହା‌ରେ କଂପାନି ପକ୍ଷରୁ ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ବୀକୃତି ପ୍ରଦାନ କରିବା ପାଇଁ ସାରଳା ପୁରସ୍କାର ସ୍ଥାପନ କରାଯାଇଥିଲା। ସେହିପରି କ୍ରୀଡ଼ା‌ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ ଏହା ଏକଲବ୍ୟ ପୁରସ୍କାର ସ୍ଥାପନ କରିଛି।

ସମ୍ବନ୍ଧିତ ଖବର