ଚାଣକ୍ୟ ନୀତି : ମୂର୍ଖ ଲୋକଙ୍କ ସହିତ କେବେ ବି ବିବାଦ କରିବା ଠିକ୍‌ ନୁହେଁ

ଚାଣକ୍ୟ କହିଛନ୍ତି କି ଆମକୁ କେବେ ବି ମୂର୍ଖ ଲୋକଙ୍କ ସହିତ ବିବାଦ କରିବା ଠିକ୍‌ ନୁହେଁ। କାରଣ ମୂର୍ଖ ଲୋକଙ୍କ ପାଖରେ ବୁଝିବା ଶକ୍ତି ଆଦୌ ନ ଥାଏ। ସେମାନେ ଥରେ ଯାହା ବୁଝିଥିବେ ତାହା ଠକ୍‌ ବୋଲି ଧରି ନିଅନ୍ତି। ତାଙ୍କୁ ବୁଝାଇବା ବଡ଼ କଷ୍ଟକର। ତେଣୁ ଯଦିି ଆପଣ ତାଙ୍କ ସହ ବିବାଦ କରନ୍ତି ତ;ତେବେ ଆପଣଙ୍କର କେବଳ କ୍ଷତି ହିଁ ହୋଇଥାଏ । ଏମିତି ଲୋକ ସହିତ ଯୁକ୍ତିି କରିବା ଯୋଗୁଁ ଆପଣଙ୍କ ସମ୍ମାନରେ ଆଞ୍ଚ ଆସିଥାଏ। ଏଥିସହିତ ମୂର୍ଖ ଲୋକ ମାନସିକ ସ୍ତରରେ ଆପଣଙ୍କୁ ଦୁର୍ବଳ ମଧ୍ୟ କରି ଥାଆନ୍ତି। ତେଣୁ ଏପରି ଲୋକଙ୍କଠାରୁ ଅଯଥା କଳହ ନ କରି ବରଂ ଚୁପ୍‌ ରହିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଆପଣ ନିଜର ବିବେକ ଅନୁଯାୟୀ କାମ କରନ୍ତୁ।କଥା ଯେତେ ବଡ଼ ବା ଗୁରୁତ୍ୱପୂର୍ଣ୍ଣ ହେଉନା କାହିଁକି ଆପଣ କେବେ ବି ମୂର୍ଖ ଲୋକଙ୍କ ସହିତ ବିବାଦ କରନ୍ତୁ ନାହିଁ।

photo- we know our dreams

ଆଚାର୍ଯ୍ୟ ଚାଣକ୍ୟ ସମ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ ଲାଗି ପରାମର୍ଶ ଦେଇଛନ୍ତି।ଏହାର କାରଣ ହେଉଛି ଏଇଆ ଯେ,ଆପଣଙ୍କ ଠାରୁ ବେଶୀ ପ୍ରତିଷ୍ଠିତ ଲୋକେ ଆପଣଙ୍କୁ ଛୋଟ ମନେ କରିବା ସହିତ ଅସୁବିଧାରେ ଅପଣଙ୍କର ସାହାଯ୍ୟ କାରିବାକୁ କୁଣ୍ଠାବୋଧ କରିଥାନ୍ତି ,ଯେଉଁଠାରେ କି ଆପଣଙ୍କ ଠାରୁ କମ୍‌ ପ୍ରତିଷ୍ଠିତ ବେଶି ସର୍ବଦା ହିଁ ଆପଣଙ୍କୁ ନିଜର ସ୍ୱାର୍ଥ ବେଳେ ଉପଯୋଗ କରିବାର ପ୍ରୟାସରେ ରହିଥା’ନ୍ତି ବୋଲି ସେ ତାଙ୍କ ନୀତିରେ କହିଛନ୍ତି।

ସମ୍ବନ୍ଧିତ ଖବର