ଚାଇନାର ରାଜବଂଶୀୟ ଗିନା ୨୨୦ କୋଟି ଟଙ୍କାରେ ନିଲାମ ନେଲା !

ନୂଆଦିଲ୍ଲୀ : ଗତକାଲି ହଂକଂଠାରେ ଅଷ୍ଟାଦଶ ଶତାବ୍ଦୀର ଚୀନ ସମ୍ରାଟ ଚିଙ୍ଗ ରାଜବଂଶର ଦୁର୍ଲଭ ଗିନା ୫ ମିନିଟ ମଧ୍ୟରେ ୨୨୦ କୋଟି ଟଙ୍କାରେ ନିଲାମ ହୋଇଛି। ନିଲାମି କରୁଥିବା କର୍ମଚାରୀ ଫର୍ମ ସୁଥବିଙ୍କ ସୂଚନା ଅନୁଯାୟୀ ଏହା କୌଣସି ସାଧାରଣ ଗିନା ନଥିଲା । ଏହି ବିଶେଷ ଗିନାକୁ ସମ୍ରାଟ କାଂଗସୀଙ୍କ ଅଷ୍ଟାଦଶ ଶତାବ୍ଦୀରେ ବ୍ୟବହାର କରୁଥିଲେ । ଗ୍ରେଟର ଚାଇନାର ଜଣେ ବ୍ୟକ୍ତି ଏହି ଗିନାକୁ କିଣିଛନ୍ତି ।
ସୂଚନା ମୁତାବକ , ଏହି ରାଜକୀୟ ଗିନାର ଓସାର ୬ ଇଞ୍ଚ ରହିଥିଲା । ଏଥିରେ ପଶ୍ଚିମ ଚାଇନାର ସୁନ୍ଦର କାଳାକୃତି ଥିବା ସହ ଡ଼େଫୋଡ଼ିଲ ଏବଂ ଅନେକ ଫୁଲର ଚିତ୍ର ସେଥିରେ କରାଯାଇଥିଲା। ଚାଇନାରେ ମଧ୍ୟ ଭାରତ ଭଳି ପ୍ରାଚୀନ କଳାକୃତି ଏବଂ ସଂସ୍କୃତିର ଅନେକ ଚାହିଦା ରହିଛି। ଏହି ଗିନାଟି ଚାଇନାର ପାରମ୍ପରିକ ଚିତ୍ରକଳା ଏବଂ ୟୁରୋପୀୟ ଢ଼ାଞ୍ଚାର ଅଦ୍ଭୁତ ମିଶ୍ରଣ ଦେଖାଯାଇଥିଲା। ଗତ ବର୍ଷ ମଧ୍ୟ ଚାଇନାରେ ସୋଂଙ୍ଗ ବଂଶ ସହ ଜଡ଼ିତ ୧୦୦୦ ବର୍ଷ ପୁରୁଣା ଏକ ଗିନା ୩.୭୭ କୋଟି ଟଙ୍କାରେ ନିଲାମ ହୋଇଥିଲା ।

ସମ୍ବନ୍ଧିତ ଖବର