ଚା’ ପ୍ରେମ : ୧୫ ଲକ୍ଷର ଚାକିରି ଛାଡ଼ି ଦମ୍ପତି ଖୋଲିଲେ ଚା’ ଦୋକାନ

ନାଗପୁର : ଭାରତରେ ପ୍ରାୟତଃ ସମସ୍ତେ ଚା ପିଇବାକୁ ପସନ୍ଦ କରିଥାଆନ୍ତି । ଅନେକ ତ ଚା’ କପେ ଲାଗି ପାଗଳ ପ୍ରାୟ ହୋଇପଡ଼ନ୍ତି। ଏହି ଚା’ ପ୍ରେମ ପାଇଁ ନିକଟରେ ସଫ୍ଟଓୟାର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଦମ୍ପତି ନିଜର ଚାକିରି ଛାଡ଼ିଛନ୍ତି । ପୁନେରେ ସଫ୍ଟଓୟାର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ନିତିନ ବିୟାନି ଏବଂ ତାଙ୍କ ପତ୍ନୀ ପୂଜା ମାସିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଦୁହିଁଙ୍କ ଚା’ ପ୍ରତି ଦୁର୍ବଳତା ତାଙ୍କୁ ଚାକିରି ଛାଡ଼ି ଚା’ ଦୋକାନ କରିବା ପାଇଁ ଅନୁପ୍ରାଣିତ କଲା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ କାହାଣୀ ।
ନିତିନ ବିୟାନି ଏବଂ ତାଙ୍କ ପତ୍ନୀ ପୂଜା ପୁନେରେ ସଫ୍ଟଓୟାର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ସହ ମାସିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ଚାକିରି ଛାଡ଼ିବା ସହ ଚା’ଭିଲ୍ଲା ନାମକ ଏକ ଚା’ ଦୋକାନ ନାଗପୁରର ସିଏ ରୋରେ ଆରମ୍ଭ କରିଛନ୍ତି । ଚା ଭିଲ୍ଲା ରେ ୧୫ ରୁ ଉର୍ଦ୍ଧ୍ୱପ୍ରକାରର ଚା ମିଳିଥାଏ । ଏହା ସହ ଏଠାରେ ବିଭିନ୍ନ ପ୍ରକାରର ଜଳଖିଆ ମଧ୍ୟ ଗ୍ରାହକଙ୍କ ଲାଗି ରହିଛି । ଜମାଟୋ ଏବଂ ଓ୍ଵାର୍ଟ୍ସ ଆପ ଜରିଆରେ ମଧ୍ୟ ଏଠାରେ ଅର୍ଡ଼ର କରିବାର ସୁବିଧା ରହିଛି । ଏହାର ଚା’କୁ ଏକ ସ୍ୱତନ୍ତ୍ର ପାତ୍ରରେ ଭର୍ତ୍ତି କରି କାର୍ଯ୍ୟାଳୟ , ବ୍ୟାଙ୍କ ଏବଂ ହସ୍ପିଟାଲ ଆଦି ସ୍ଥାନକୁ ଡ଼େଲିଭେରି ଲାଗି ଦିଆଯାଇଥାଏ ।

Asian Mail 24

ମୁଁ ୧୦ ବର୍ଷ ଧରି ଇଞ୍ଜିନିୟର ଭାବେ ଆଇବିଏମ ଏବଂ କଗ୍‌ନିଜେଣ୍ଟ କମ୍ପାନୀରେ କାର୍ଯ୍ୟରତ ଥିଲି । କିନ୍ତୁ ମୋ ପତ୍ନୀ ତାଙ୍କ ଜୀବନରେ କିଛି ଭିନ୍ନ କରିବା ପାଇଁ ଇଛା ରଖିଥିଲେ । ଏଣୁ ଆମେ ଦୁଇ ଜଣ ଚାକିରି ଛାଡ଼ି ଏହି ଚା’ ଦୋକାନ ଖୋଲିବା ପାଇଁ ନିର୍ଣ୍ଣୟ ନେଲୁ । ଏଥିରୁ ପ୍ରତି ମାସରେ ଆମେ ୫ଲକ୍ଷ ଟଙ୍କା ରୋଜଗାର କରୁଛୁ । ବୋଲି କହିଛନ୍ତି ନିତିନ ବିୟାନି ।

ସମ୍ବନ୍ଧିତ ଖବର