ନୂଆଦିଲ୍ଲୀ: ଡେନ୍ମାର୍କର ମିଆ ସାଣ୍ଡ୍ ନିଜର ସୌନ୍ଦର୍ଯ୍ୟ ପାଇଁ ସୋସିଆଲ୍ ମିଡିଆରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ମିଆଙ୍କ ଭିନ୍ନ ଶୈଳୀର ବଡି ବିଲ୍ଡ୍ଙ୍ଗ୍ର ଭିଡ଼ିଓ ଅତ୍ୟଧିକ ମାତ୍ରାରେ ସୋସିଆଲ୍ ମିଡିଆରେ ଘୁରିବୁଲୁଛି। ପ୍ରାୟ ୭ ଲକ୍ଷରୁ ଅଧିକ ଲୋକ ତାଙ୍କ ଭିଡ଼ିଓକୁ ଅନୁସରଣ ମଧ୍ୟ କରୁଛନ୍ତି। ମିଆ ଏକା ସଙ୍ଗେ ଜଣେ ମଡେଲ୍ ହେବା ସହିତ ବଡି ବିଲ୍ଡିଙ୍ଗ୍ ମଧ୍ୟ କରୁଛନ୍ତି। ବର୍ତ୍ତମାନ ମିଆ ସୋସିଆଲ୍ ମିଡିଆ ମିସ୍ ମିଆ ଫିଟ୍ ଭାବେ ବେଶ୍ ପରିଚିତ। ମିଆଙ୍କ ଓଜନ ୮୦ କିଲୋଗ୍ରାମ ହୁଏତ ତାଙ୍କ ଫଟୋ ଦେଖିଲେ କେହି ବିଶ୍ୱାସ କରିବେନି। ମିଆଙ୍କ ଉଚ୍ଚତା ୫ଫୁଟ୍ ୭ ଇଞ୍ଚ୍। ଛୋଟବେଳୁ ହିଁ ମିଆଙ୍କର ବଡି ବିଲ୍ଡିଙ୍ଗ୍ ପ୍ରତି ବିଶେଷ ରୁଚି ରହିଥିଲା। ସେଥିପାଇଁ ସେ ତାଙ୍କ ସ୍କୁଲ ପଢ଼ା ପରଠାରୁ ଜିମ୍ରେ ଯୋଗ ଦେବା ଆରମ୍ଭ କରିଥିଲେ। ତା’ପରଠାରୁ ମିଆ ପଛକୁ ଫେରି ଚାହିଁ ନ ଥିଲେ। ସେ ତାଙ୍କ ଶରୀରର ଖୁବ୍ ଯତ୍ନ ନିଅନ୍ତି। ଏହା ପରେ ସେ ଜଣେ ଫିଟ୍ନେସ୍ ଟ୍ରେନର୍ ହୋଇଥିଲେ ଓ ପରେ ଜଣେ ମଡେଲ୍ ଭାବେ ସାରା ଦୁନିଆ ସାମ୍ନାରେ ପରିଚିତ ହୋଇପାରିଥିଲେ। ସେ ଜଣେ ମଡେଲ୍ ହେବା ସହିତ ସୋସିଆଲ୍ ମିଡିଆର ଜଣେ ସୁପରିଚିତ ମହିଳା ଭାବେ ମଧ୍ୟ ଜଣାଶୁଣା।