ଗାଡ଼ି ଚଳାଇବାର ସଉକ ପାଇଁ ୧୨ବର୍ଷ ପରେ ପାଠ ପଢ଼ିଲେ ସାଧୁ, ଲାଇସେନ୍ସ ପାଇଁ ଦେଲେ ଅଷ୍ଟମ ପରୀକ୍ଷା

ଧାର(ମଧ୍ୟପ୍ରଦେଶ) : ବାଇକ୍‌ ଚଳାଇବା ପାଇଁ ଲାଇସେନ୍ସର ଆବଶ୍ୟକତା ରହିଥାଏ ଏବଂ ଲାଇସେନ୍ସ କରିବା ପାଇଁ ଅଷ୍ଟମ ଶ୍ରେଣୀ ପାସ୍‌ କରିବାର ଆବଶ୍ୟକତା ରହିଥାଏ । ଲାଇସେନ୍ସ କରିବାର ଇଚ୍ଛା ଜଣେ ସାଧୁଙ୍କୁ ପଢ଼ିବା ଏବେ ପାଇଁ ପ୍ରେରିତ କରିଥିବା ଜଣା ପଡ଼ିଛି । ବରଦାୟକ ବିଶ୍ୱମଙ୍ଗଳ ହନୁମାନ ମନ୍ଦିର ଖିଲେଡିର ସନ୍ଥ ଅବଧନନ୍ଦନଦାସ ମହାରାଜ ଏବେ ପରୀକ୍ଷାର୍ଥୀଙ୍କ ଭାବେ ଅଷ୍ଟମ ପରୀକ୍ଷା ଦେଉଥିବା ଜଣାପଡ଼ିଛି।

ତାଙ୍କ କହିବା ଅନୁଯାୟୀ, ଲାଇସେନ୍ସ କରିବା ହେଉଛି ଏକ ବାହାନା । ଅସଲରେ ମୋ ମନରେ ୧୨ବର୍ଷ ପରେ ପଢ଼ିବାର ଇଚ୍ଛା ଜାଗ୍ରତ ହୋଇଥିବାରୁ ମୁଁ ପଢ଼ିବା ପାଇଁ ଇଚ୍ଛା କରିଛି । ଗାଡ଼ିର କୌଣସି ଅଭାବ ନାହିଁ । ଭକ୍ତମାନେ ଗାଡ଼ି ନେଇ ମୋତେ ନେବାକୁ ଆସି ଯାଆନ୍ତି । କିନ୍ତୁ ଲାଇସେନ୍ସ କରିବା ବାହାନାରେ ମୁଁ ଆଉ ଥରେ ପଢ଼ିବାର ସୁଯୋଗ ପାଇଛି । ଆଗକୁ ମଧ୍ୟ ପଢ଼ିବି ବୋଲି ସନ୍ଥ ମହାରାଜ କହିଛନ୍ତି ।

ସୂଚନା ମୁତାବକ, ୨୦୦୭-୨୦୦୮ରେ ସନ୍ଥ ଅବଧନନ୍ଦନଦାସ ମହାରାଜ ପଞ୍ଚମ ଶ୍ରେଣୀ ପରୀକ୍ଷାରେ ୭୫ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲି । କିନ୍ତୁ ଏହା ପରେ ଆଗକୁ ନ ପଢ଼ି ସନ୍ୟାସୀ ବନି ଯାଇଥିଲେ ।

ସମ୍ବନ୍ଧିତ ଖବର