ଘରେ ଏକା ଥିବା ସମୟରେ ହୃଦ୍‌ଘାତ ହେଲେ ଅଘଟଣକୁ ଏଡ଼ାଇବା ପାଇଁ କରନ୍ତୁ ଏହି ୮ଟି କାମ

ଆଜିକାଲି ହୃଦ୍‌ଘାତ ହେବା ଅତି ସାଧାରଣ ହୋଇଗଲାଣି । କାହାକୁ କେତେବେଳେ ଯେ ହୃଦ୍‌ଘାତର ସାମ୍ନାକୁ କରିବାକୁ ହେବ ତାହା କେହି କହି ହେବନାହିଁ । ବ୍ୟସ୍ତବହୁଳ ଜୀବନ ଏବଂ ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଏ ସମସ୍ୟା ଲୋକମାନଙ୍କ ପାଖରେ ଅଧିକ ଦେଖା ଯାଉଛି । ତେବେ ପ୍ରକୃତ କଥା ହେଲା ହୃଦ୍‌ଘାତ ହେବା କ୍ଷଣି ତାହାର ଚିକିତ୍ସା କରିବା ଦରକାର । ବେଳେ ବେଳେ ଲୋକମାନଙ୍କୁ ହୃଦ୍‌ଘାତ ହେବା ସମୟରେ ସେମାନଙ୍କ ପାଖରେ କେହି ଉପସ୍ଥିତ ନଥାନ୍ତି । ଫଳରେ ଚିକିତ୍ସା ଅଭାବରୁ ସେମାନେ ମୃତ୍ୟୁବରଣ କରିଥାନ୍ତି । ଏଭଳି ପରିସ୍ଥିତିରେ ଏକା ଥିବା ସମୟରେ ମଧ୍ୟ ରୋଗୀ କିପରି ନିଜର ଜୀବନ ବଞ୍ଚାଇ ପାରିବ ସେ କୌଶଳ ଜାଣିବା ଦରକାର । ଆସନ୍ତୁ ଜାଣିବା ସେ କୌଶଳ ବିଷୟରେ…

୧.ହୃଦ୍‌ଘାତ ହେଲେ ତଳେ ସିଧା ଶୋଇବା ସହ ଅଧିକ ହଲନ୍ତୁ ନାହିଁ ।
୨. ଗୋଡ଼ ଦୁଇଟିକୁ ଟିକେ ଉଚ୍ଚା ସ୍ଥାନରେ ରଖନ୍ତୁ । ଏହା ଦ୍ୱାରା ଗୋଡ଼ରୁ ହୃତପିଣ୍ଡକୁ ରକ୍ତ ସଞ୍ଚାଳନ ହେବ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିବ ।

TVC News

୩. ଧୀରେ ଧୀରେ ଲମ୍ବା ନିଶ୍ୱାସ ନିଅନ୍ତୁ । ଏହାଦ୍ୱାରା ଶରୀରକୁ ପର୍ଯ୍ୟପ୍ତ ପରିମାଣରେ ଅମ୍ଲଜାନ ମିଳିବ ।
୪.ପିନ୍ଧିଥିବା କପଡ଼ାକୁ ତୁରନ୍ତ ଢ଼ିଲା କରି ଦିଅନ୍ତୁ ।
୫.ହୃଦ୍‌ଘାତ ହେବା ମାତ୍ରେ ସର୍‌ବିଟ୍ରେଟ୍‌ ବା ଡ଼ିସ୍‌ପ୍ରିନ୍‌ ବଟିକା ଜିଭ ତଳେ ରଖନ୍ତୁ ।
୬.ଔଷଧ ବିନା ସେ ସମୟରେ ଅନ୍ୟ କିଛି ଖାଆନ୍ତୁ ନାହିଁ ।
୭.ବାନ୍ତି ଲାଗିଲେ ଗୋଟେ ପଟକୁ ଢ଼ଳି ବାନ୍ତି କରନ୍ତୁ । ଏପରି କଲେ ବାନ୍ତି ଫୁସ୍‌ଫୁସ୍‌ରେ ଜମା ହେବ ନାହିଁ ।
୮. କୌଣସି ପ୍ରକାରର ପାନୀୟ ପିଇବାର ଭୁଲ କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର