ଘରକୁ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ ମାଲିକ ଉପରକୁ ଗୁଳି ଚଳାଇବାରୁ ଆଗକୁ ଆସି ଏଭଳି ବଞ୍ଚାଇଲା ପୋଷା କୁକୁର

କୁହାଯାଏ ପଶୁମାନଙ୍କ ମଧ୍ୟରୁ ସବୁଠାରୁ ବିଶ୍ୱସ୍ତ ପଶୁ ହେଉଛି କୁକୁର । ଏଥି ପାଇଁ ଘରର ଜଗା ରଖା ପାଇଁ ଘର କୁକୁର ପୋଷି ଥାଆନ୍ତି ଲୋକେ । କୁକୁର ମାଲିକର ଭଲମନ୍ଦରେ ସାଥିରେ ରହିବା ସହ ସବୁ ସଙ୍କଟରୁ ରକ୍ଷା କରିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଡେରାଡୁନ୍‌ର ଏହତମାଲ ଗାଁରେ । ଏହି ଗାଁର ଆକାଶ ନିଜ ଘରେ ଏକ ଦେଶୀ କୁକୁରକୁ ପୋଷା ମନାଇ ରଖିଥିଲେ । ତାର ନାମ ଦେଇଥିଲେ ଲାଲୁ । ଆଉ ତାଙ୍କ ଜୀବନ ବଞ୍ଚାଇଛି ଲାଲୁ।

Amar Ujala

ଆକାଶଙ୍କ କହିବା ଅନୁଯାୟୀ, ଲାଲୁ ନ ଥିଲେ ଚୋରମାନେ ମୋତେ ହତ୍ୟା କରି ଘରୁ ସବୁ ଜିନିଷ ଚୋରି କରି ନେଇ ଯାଇଥାନ୍ତେ । ମଙ୍ଗଳବାର ରାତିରେ ଘରେ କିଏ ପଶିବାର ଜାଣି ଲାଲୁ ଜୋରରେ ଭୁକିବାକୁ ଲାଗିଥିଲା । ତା’ର ପାଟି ଶୁଣି ମୁଁ ଉଠିବା ବେଳକୁ ଘରେ ଚୋର ପଶି ଥିବା ଜାଣି ପାରିଥିଲି । ସେମାନଙ୍କୁ ରୋକିବାକୁ ଯିବାରୁ ଦୁର୍ବୃତ୍ତମାନେ ମୋ ଉପରକୁ ଗୁଳି ଚଳାଇଥିଲେ । ଏହି ସମୟରେ ଲାଲୁ ସେମାନଙ୍କ ଉପରକୁ ଡ଼େଇଁବା ସହ ସେମାନଙ୍କ ପ୍ୟାଣ୍ଟ ଟାଣିବାକୁ ଲାଗିଥିଲା । ଯାହା ପରେ ସେମାନେ ଡ଼ରି ଚାଲି ଯାଇଥିଲେ । ଲାଲୁଙ୍କ ଏଭଳି କାମକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର