ଡ. ଦମୟନ୍ତୀ ‌ବେଶ୍ରା: ସାନ୍ତାଳୀ ସାହିତ୍ୟର କୃତବିଦ୍ୟ ସ୍ରଷ୍ଟା

ମୟୂରଭଞ୍ଜ ଜିଲ୍ଲାର ବଣପାହାଡ଼ ଘେରା କୁସୁମୀ ବ୍ଲକ୍‌ ଅନ୍ତର୍ଗତ ଦେଉଳି ଗ୍ରମାରେ ୧୯୬୨ ମସିହା ଫେବ୍ରୁଆରି ୧୬ରେ ଜନ୍ମଗ୍ରହଣ କରିଥିବା ଜଣେ ଝିଅ ଆଜି ସାରା ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି। ସାନ୍ତାଳୀ ଭାଷା ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ କୃତିତ୍ବ ପାଇଁ ପଦ୍ମଶ୍ରୀ ଉପାଧି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଦମୟନ୍ତୀ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ ଶ୍ରୀମତୀ ବେଶ୍ରା। ଆଉ ଆଜି ପଦ୍ମଶ୍ରୀ ପାଇଁ ତାଙ୍କ ନାମ ଘୋଷଣା ହେବା ପରେ ମୟୂରଭଞ୍ଜ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ଉଭୟ ଓଡ଼ିଆ ଓ ସାନ୍ତାଳୀ ଭାଷାରେ ପ୍ରାୟ ୨୦ରୁ ଅଧିକ ପୁସ୍ତକ ରଚନା କରିଥିବା ଶ୍ରୀମତୀ ବେଶ୍ରାଙ୍କ ସ୍ବାମୀ ଡ. ଗଙ୍ଗାଧର ହାଁସଦା ମଧ୍ୟ ଜଣେ ସ୍ବନାମଧନ୍ୟ ସାନ୍ତାଳୀ ଲେଖକ।

ପ୍ରଶାନ୍ତ ପଟ୍ଟନାୟକ: ପ୍ରସିଦ୍ଧ ଶିକ୍ଷାବିତ୍‌, ଅର୍ଥନୀତି ବିଶାରଦ
ଆମେରିକାରେ ରହୁଥିବା ୭୬ ବର୍ଷୀୟ ପ୍ରସିଦ୍ଧ ଶିକ୍ଷାବିତ୍ ତଥା ଅର୍ଥନୀତି ବିଶାରଦ ପ୍ରଶାନ୍ତ ପଟ୍ଟନାୟକଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ଏହି ଓଡ଼ିଆ ପୁଅ ଏବେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହିତ ଅକ୍ସଫୋର୍ଡ଼ ପଭର୍ଟି ଆଣ୍ଡ୍‌ ହ୍ୟୁମାନ୍ ଡେଭଲପ୍‌ମେଣ୍ଟ୍‌ ଇନିସିଏଟିଭ୍‌ ପାଇଁ ସହାୟକ ଗବେଷକ ଦାୟିତ୍ବ ତୁଲାଉଛନ୍ତି। ଶ୍ରୀ ପଟ୍ଟନାୟକ ୧୯୬୩ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିବା ପରେ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ସେନ୍‌ଙ୍କ ତତ୍ତ୍ବାବଧାନରେ ସେ ସାମାଜିକ ନୀତି ଉପରେ ଗବେଷଣା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ସମ୍ବନ୍ଧିତ ଖବର