୬୪ ବର୍ଷର ଶଶୁର ସହିତ ୨୮ବର୍ଷର ବୋହୂ ଏକାଠି ଦେଉଛନ୍ତି ବୋର୍ଡ ପରୀକ୍ଷା

ରତନଗଢ଼: ପାଠପଢ଼ିବାର କୌଣସି ବୟସ ସୀମା ନଥାଏ। ମନୁଷ୍ୟ ଚାହିଁଲେ ଯେକୌଣସି ବୟସରେ ଯେକୌଣସି ପରିସ୍ଥିତିରେ ବି ପାଠପଢ଼ା ଆରମ୍ଭ କରି ପାରିବ। ଏଭଳି କଥାର ଉଦହାରଣ ରାଜସ୍ଥାନର ଚୁରୁ ଜିଲ୍ଲାର ରତନଗଢ଼ରେ ଦେଖିବାକୁ ମିଳିଛି।

oneindia

ରତନଗଢ଼ରେ ଶଶୁର ଓ ପୁତ୍ରବଧୂ ଏକାଠି ରାଜସ୍ଥାନର ମାଧ୍ୟମିକ ଶିକ୍ଷା ବୋର୍ଡରେ ପରୀକ୍ଷା ଦେଉଛନ୍ତି। ରତନଗଡ଼ର ଓ୍ଵାର୍ଡ ୧୦ ନିବାସୀ ସୀତାରାମ ଜାଙ୍ଗିଡ ଓ ତାଙ୍କ ପୁତ୍ରବଧୂ କବିତା ଜାଙ୍ଗିଡ ଗୁରୁବାର ଏକା ସହିତ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ଶଶୁର ଦ୍ୱାଦଶ ଓ ପୁତ୍ରବଧୂ ୧୦ମ ଓପନ୍‌ ବୋର୍ଡ ପରୀକ୍ଷା ଦେଉଛନ୍ତି। ଗୁରୁବାର ଦିନ ସହରର ଶ୍ରୀ ରଘୁନାଥ ସିନିୟର ସେକେଣ୍ଡରୀ ସ୍କୁଲ କେନ୍ଦ୍ରରେ ଶଶୁର ଭୂଗୋଳ ଓ ପୁତ୍ରବଧୂ ହିନ୍ଦୀ ପେପର ପରୀକ୍ଷା ଦେଇଛନ୍ତିି।

oneindia

୬୪ବର୍ଷୀୟ ସୀତାରାମ ଜାଙ୍ଗିଡ ଅନୁସାରେ, ୪୦ବର୍ଷ ପୂର୍ବେ ନବମ ଶ୍ରେଣୀ ଫେଲ୍‌ ହୋଇଯିବା ପରେ ସେ ପାଠପଢ଼ା ଛାଡି ଦେଇଥିଲେ। କାରଣ ସେହି ସମୟରେ ସେ ପାଠପଢ଼ାର ମହତ୍ତ୍ୱ ବୁଝି ପାରି ନଥିଲେ। ତାଙ୍କ ସାଙ୍ଗମାନେ ପାଠପଢ଼ୁଥିବା ସମୟରେ ସେ କାମଧନ୍ଦା କରିବା ଆରମ୍ଭ କରି ଦେଇଥିଲେ। ଧୀରେ ଧୀରେ ସମୟ ବିତିଲା ଚାକିରି କରିଲେ ଭଲ ଫ୍ରୋଫେସନ୍‌ରେ ଯିବା ପାଇଁ ଚାହିଁଲେ ସେତେବେଳେ ପାଠପଢ଼ାର ମହତ୍ତ୍ୱ ବୁଝି ପାରିଥିଲେ। ଏହାପରେ ୪୦ବର୍ଷ ପରେ ପୁଣି ସେ କଲମ ଉଠାଇଥିଲେ। ଦୁଇବର୍ଷ ପୂର୍ବେ ଓପନ୍‌ ବୋର୍ଡରେ ଫର୍ମ ଭରିଲା ବେଳେ ଅନେକ ଲୋକେ ହସିବାକୁ ଲାଗିଥିଲେ। ଲୋକେ କହିଥିଲେ ଏହି ବୟସରେ ଡିଗ୍ରି ହାସଲ କରି କ’ଣ କରିବେ। କିନ୍ତୁ ସୀତାରାମ ନିଜ ଉପରୁ ବିଶ୍ୱାସ ହଟାଇ ନଥିଲେ। ସେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ପୂରା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଶଶୁରଙ୍କ ଏହି ଆତ୍ମବିଶ୍ୱାସ ଦେଖି ୮ବର୍ଷ ପୂର୍ବେ ପାଠପଢ଼ା ଛାଡ଼ିଥିବା ତାଙ୍କ ବୋହୂ ବି ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇ ୧୦ମ ପରୀକ୍ଷା ଦେଉଥିବା ବେଳେ ଦ୍ୱାଦଶ ପରୀକ୍ଷା ଶଶୁର ଦେଉଛନ୍ତି। ଶ୍ୱଶୁଣ ଓ ବୋହୂଙ୍କୁ ଏକାଠି ପରୀକ୍ଷା କେନ୍ଦ୍ରରେ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର