ଭଗବାନ ବିଷ୍ଣୁ କହିଲେ-‘ସମୁଦ୍ରରୁ ଅମୃତ ବାହାରିବ,ଯାହାକୁ ପାନ କରାଇ ମୁଁ ଦେବତାମାନଙ୍କୁ ଅମର କରି ଦେବି। ତେବେ ଯାଇ ଦେବତା ଦୈତ୍ୟମାନଙ୍କୁ ପରାଜିତ କରି ପୁନଃ ସ୍ୱର୍ଗପ୍ରାପ୍ତ କରି ପାରିବେ।’’ଇନ୍ଦ୍ର ଦୈତ୍ୟରାଜ ବଳିଙ୍କ ନିକଟକୁ ଗଲେ ଏବଂ ଅମୃତ ଲୋଭରେ ଦେବତା ଓ ଦୈତମାନଙ୍କ ମଧ୍ୟରେ ସନ୍ଧି କରାଇବାରେ ସକ୍ଷମ ହେଲେ। ଦେବତା ଓ ଦୈତମାନେ ମିନ୍ଦ ମନ୍ଦରାଚଳକୁ ଉଠାଇ ସମୁଦ୍ର ତଟ ଆଡ଼କୁ ଆଣିବା ଲାଗି ପ୍ରୟାସ କରିଥିଲେ। କିନ୍ତୁ ଅସମର୍ଥ ହେଲେ।ଶେଷରେ ଦେବଗଣ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିଲେ ଏବଂ ସେ ସେଠାରେ ପହଞ୍ଚଲେ। ଭଗବାନ ବିଷ୍ଣୁ ଭାରି ମନ୍ଦରାଚଳକୁ ଉଠାଇ ଗରୁଡ଼ ଉପରେ ରଖିଲେ ଏବଂ କ୍ଷଣିକ ଭିତରେ କ୍ଷୀରସାଗର ତଟରେ ପହଞ୍ଚାଇ ଦେଲେ। ମନ୍ଦରାଚଳର ମଥାନି ଓ ବାସୁକୀ ନାଗଙ୍କର ଦଉଡ଼ି ତିଆରି କରାଯାଇ ସମୁଦ୍ର ମନ୍ଥନ ଆରମ୍ଭ ହେଲା। ଭଗବାନ ମଧ୍ୟ ସ୍ୱୟଂ କଚ୍ଛପରୂପ ଧାରଣ କରି ମନ୍ଦରାଚଳକୁ ଆଧାର ପ୍ରଦାନ କରିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦେବତା ଓ ଅସୁରଗଣ ସମୁଦ୍ରମନ୍ଥରେ ଲାଗିପଡ଼ିଲେ। ଏଥିରୁ ସର୍ବପ୍ରଥମେ ବିଷ ପ୍ରକଟ ହେଲା। ଯାହା ଉଭୟଙ୍କର ଜ୍ୱଳାରେ ସମଗ୍ର ପ୍ରାଣୀଜଗତର ପ୍ରାଣ ସଙ୍କଟରେ ପଡ଼ିଗଲା। ଲୋକ କଲ୍ୟାଣ ଲାଗି ଭଗବାନ ଶଙ୍କର ସେହି ବିଷକୁ ପାନ କରିଲେ। ତା’ପରେ ସମୁଦ୍ରରୁ ଲକ୍ଷ୍ମୀ ,କୌସ୍ତୁଭ,ପାରିଜାତ,ଉଚ୍ଚୈଃଶ୍ରବା,ସୁରା,ଧନ୍ନନ୍ତରି,ଚନ୍ଦ୍ରମା,ପୁଷ୍ପକ,ଐରାବତ୍,ପାଞ୍ଚଜନ୍ୟ,ଶଙ୍ଖ,ରମ୍ଭା,କାମଧେନୁ ଓ ଅମୃତ କୁମ୍ଭ ଇତ୍ୟାଦି ବାହାରିଲା।