ତଳକୁ ଖସି ପଡ଼ୁଥିବା ୨ବର୍ଷୀୟ ଶିଶୁକନ୍ୟାକୁ ଏଭଳି ବଞ୍ଚାଇଲେ ଯୁବକ, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ୨ବର୍ଷର ଶିଶୁକନ୍ୟାକୁ ମୃତ୍ୟୁମୁଖରୁ ବଞ୍ଚାଇ ଆଣୁଥିବା ଦେଖା ଯାଇଛି । ଶିଶୁଟି ନିଜ ଘରର ଝରକାରୁ ହଠାତ ଖସି ପଡ଼ୁଥିବା ବେଳେ ତଳେ ଠିଆ ହୋଇଥିବା ଜଣେ ଯୁବକ ତାଙ୍କୁ ଧରି ପକାଉଛନ୍ତି । ଯାହାଦ୍ୱାରା ଶିଶୁଟିର ଜୀବନ ବଞ୍ଚି ଯାଉଛି । ଏହି ପୂରା ଘଟଣାର ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭିରେ କଏଦ ହେବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ, ଘଟଣାଟି ଗତ ଗୁରୁବାର ତୁର୍କୀର ଫତିହ ଜିଲ୍ଲାରେ ଘଟିଥିଲା । ଦୋହା ମଦମ୍ମଦ ଦ୍ୱିତୀୟ ମହଲାରେ ଥିବା ନିଜ ଘରେ ଖେଳୁଥିବା ବେଳେ ହଠାତ ତଳକୁ ଖସି ପଡ଼ିଥିଲା । ଏହାକୁ ଦେଖି ତଳେ ଠିଆ ହୋଇଥିବା ଫୁଜି ଜବାତ ଦୋହାଙ୍କୁ ଧରି ନେଇଥିଲେ । ଫୁଜିଙ୍କ ଏଭଳି କାମ ଏବେ ତାଙ୍କୁ ସୋସିଆଲ ମିଡିଆରେ ହିରୋ ବନାଇ ଦେଇଛି ।

ସମ୍ବନ୍ଧିତ ଖବର