ମେଡ୍ ଫର୍ ଇଚ୍ ଅଦର ! ବରର ଉଚ୍ଚତା ୩୪ ଇଞ୍ଚ ଏବଂ କନ୍ୟାର ୩୩ ଇଞ୍ଚ !
ଗୋରଖ୍ପୁର : ସୋମବାର ଗୋରଖ୍ପୁରରେ ଏକ ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହୋଇ ଯାଇଛି । ଯାହା ଇଂରାଜୀର ଲୋକପ୍ରିୟ କଥନିକା ‘ମେଡ୍ ଫର୍ ଇଚ୍ ଅଦର’କୁ ମନେପକାଇ ଦେଇଛି। ଅର୍ଥାତ୍ ବର ଓ କନ୍ୟା ପରସ୍ପର ଲାଗି ଜନ୍ମିତ। ଏହି ବିବାହଟି ଚର୍ଚ୍ଚିତ ହେବାର ମୁଖ୍ୟ କାରଣ ହେଉଛନ୍ତି ଉଭୟ ବର ଏବଂ କନ୍ୟା । ବର ଏବଂ କନ୍ୟାଙ୍କ ଉଚ୍ଚତାକୁ ଦେଖି ଦେଖଣାହାରୀ ଅଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆସନ୍ତୁ ଜାଣିବା କାହିଁକି ଏହି ଦମ୍ପତ୍ତିଙ୍କ ଉଚ୍ଚତା ଏମିତି କୌତୁହଳ ସୃଷ୍ଟି କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବର ଜଣେ ଡ଼ାକ୍ତର ଏବଂ ତାଙ୍କ ନାଁ ସୁନୀଲ କୁମାର ପାଠକ। ୬ ଭାଇ ମଧ୍ୟରେ ସୁନୀଲ ତୃତୀୟ ହୋଇ ଥିବା ବେଳେ କମ ଉଚ୍ଚତା ହେତୁ ସେ କେବେ ବିବାହ କରି ପାରିବେ ବୋଲି ଆଶା ଛାଡ଼ି ଦେଇଥିଲେ । ହଠାତ୍ ଦିନେ ତାଙ୍କ ପାଇଁ ଏକ ପ୍ରସ୍ତାବ ଆସିଲା । ଝିଅର ଉଚ୍ଚତା ମଧ୍ୟ ତାଙ୍କ ଭଳି ବୋଲି ଜଣା ପଡ଼ିଥିଲା । ଏହି ପ୍ରସ୍ତାବ ଆସିବା ପରେ ସୁନୀଲ ତୁରନ୍ତ ସାରିକା ମିଶ୍ରାଙ୍କୁ ବିବାହ କରିବା ପାଇଁ ହଁ ଭରିଥିଲେ । ସନୀଲଙ୍କ ଉଚ୍ଚତା ୩୪ ଇଞ୍ଚ ହୋଇଥିବା ବେଳେ ସାରିକାଙ୍କ ଉଚ୍ଚତା ୩୩ ଇଞ୍ଚ ବୋଲି ଜଣା ପଡ଼ିଛି । ଦୁଇ ଜଣଙ୍କ ବୟସ ଅଧିକ ହୋଇ ଯାଇଥିବା ବେଳେ ଦୁଇ ଜଣ ବିବାହ କରିବେ ବୋଲି ଆଶା ଛାଡ଼ି ଦେଇଥିଲେ । କିନ୍ତୁ ଶେଷରେ ବିବାହ ସଂପନ୍ନ ହୋଇଛି। ଏହି ବିବାହରେ ବର ଏବଂ କନ୍ୟାଙ୍କ ସଂପର୍କୀୟଙ୍କ ବ୍ୟତୀତ ବହୁ ଅତିଥି ମଧ୍ୟ ଥିଲେ । ଯେଉଁମାନଙ୍କୁ ଉଭୟ ବର-କନ୍ୟାଙ୍କ ସହ ସେଲ୍ଫି ନେଉଥିବାର ଦେଖିବାକୁ ମିଳିଥିଲାା