ନିଜ ଝିଅର ବାହାଘର ଦିନ ଅନ୍ୟ ୭ଜଣ ଦଳିତ ଯୁବତୀଙ୍କ ବାହାଘର କରାଇଲେ କନ୍ୟାପିତା

ଗାନ୍ଧୀନଗର: ଆଜିକାଲି ଲୋକମାନେ ନିଜ ନିଜ ପିଲାମାନଙ୍କ ବିବାହକୁ ସବୁଠାରୁ ଅଲଗା ଓ ଅନ୍ୟମାନଙ୍କ ଠାରୁ ନିଆରା କରିବା ଚକ୍କରରେ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେମାନଙ୍କ ପିଲାମାନଙ୍କ ବିବାହକୁ କିପରି ସମସ୍ତେ ମନେ ରଖିବେ, ସେ ନେଇ ସବୁ ମାତା-ପିତାମାନେ ଚେଷ୍ଟା କରୁଛନ୍ତି ।
ପିଲାମାନଙ୍କ ବିବାହ ପାଇଁ ମାତା-ପିତାମାନେ ବିଭିନ୍ନ ପ୍ରକାରର ଉପାୟ ସବୁକୁ ଆପଣାଉ ଥିବା ବେଳେ ଗୁଜୁରାଟର ଜଣେ ପିତା ଏକ ଅଭିନବ ଉପାୟ ଆପଣାଇଛନ୍ତି । ନିଜ ଝିଅର ବିବାହ ଉତ୍ସବ ଦିନ ଜଣେ ବାପ ଅନ୍ୟ ୭ଜଣ ଦଳିତ ଯୁବତୀଙ୍କର ମଧ୍ୟ ବିବାହ କରାଇଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ ନିଜ ଝିଅକୁ ଶାଶୁ ଘରେ ଚଳିବା ପାଇଁ ଯେଉଁ ଜିନିଷ ସବୁ ଦେଇଛନ୍ତି ସେହି ସମସ୍ତ ଜିନିଷ ଅନ୍ୟ ୭ଜଣ ଦଳିତ ଯୁବତୀଙ୍କୁ ମଧ୍ୟ ଦେଇ ଶାଶୁ ଘର ବିଦା କରିଥିବା ଜଣା ପଡ଼ିଛି ।

timesofindia.indiatimes.com

ଏହି ବିବାହରେ ପ୍ରାୟ ୩,୦୦୦ଲୋକ ଯୋଗ ଦେଇଥିବା ବେଳେ ବିବାହଟି ପଟନ୍‌ ସହର ଠାରୁ ୭କି.ମି ଦୂରରେ ଥିବା ଏକ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏହି ଖବରଟି ପ୍ରସାରିତ ହେବା ପରେ ସମସ୍ତେ କନ୍ୟାପିତାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର