ମୃତ ଯୁବକଙ୍କୁ ଅନ୍ତିମ ସଂସ୍କାର ପାଇଁ ନେବା ବାଟରେ ଚେଇଁ ଉଠିଲେ, ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ

ସିନେମା ଓ ଧାରାବାହିକରେ ଆପଣ ମୃତ ମଣିଷକୁ ଜୀବିତ ହେବାର ପରଦାରେ ଦେଖିଛନ୍ତି। କିନ୍ତୁ ବାସ୍ତବରେ କୌଣସି ମନୁଷ୍ୟ ଯଦି ମୃତ୍ୟୁ ପରେ ଜୀବିତ ହୋଇ ଉଠେ ତେବେ ଏହି ଘଟଣାକୁ ବିଶ୍ୱାସ କରି ହେବ ନାହିଁ। ନିକଟରେ ଚୀନରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଧାରବାଡରେ ମନାଗୁଣ୍ଡି ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା । ଏହି ସମୟରେ ସେ ହଠାତ୍‌ ଚେଇଁ ଉଠିଲେ। ଯୁବକଙ୍କୁ ମୃତ ଅବସ୍ଥାରୁ ଉଠିବା ଦେଖି ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏହାପରେ ଉକ୍ତ ଯୁବକଙ୍କୁ ତାଙ୍କ ପରିବାର ଲୋକ ସ୍ଥାନୀୟ ହସ୍‌ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଇଥିଲା।

ସୂଚନାଯୋଗ୍ୟ, ୧୭ ବର୍ଷୀୟ କୁମାର ମାରେବାଡଙ୍କୁ ଏକ ବାରବୁଲା କୁକୁର କାମୁଡି ଦେଇଥିଲା। ଏହାପରେ ତାଙ୍କୁ ଜ୍ୱର ହୋଇଥିଲା, ଏଥିପାଇଁ ସେ ହସ୍‌ପିଟାଲରେ ଚିକିତ୍ସିତ ମଧ୍ୟ ହେଉଥିଲେ। କିନ୍ତୁ ଧୀରେଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା, ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କୁୁକୁର ବିଷ ମାରେବାଡାଙ୍କ ଶରୀରରେ ମାଡି ଯାଇଥିଲା। ବଞ୍ଚିବାରେ ଆଶା କମ୍‌ ଥିବାରୁ ତାଙ୍କୁ ହସ୍‌ପିଟାଲରୁ ଛୁଟି ଦିଆଯାଇଥିଲା।

ଘରେ ପହଞ୍ଚିବା ପରେ ସେ ଗୋଡ ହାତ ଚଲାଇବା ଓ ନିଶ୍ୱାସ ନେବା ବନ୍ଦ କରି ଦେଇଥିଲେ। ଏମିତି କିଛିଦିନ ରହିବା ପରେ ଲୋକମାନେ ଯୁବକଙ୍କୁ ମୃତ ବୋଲି ଭାବି ଅନ୍ତିମ ସଂସ୍କାର ପାଇଁ ନେଇଯାଇଥିଲେ। ଅନ୍ତିମ ସଂସ୍କାର ବିଧି ଚାଲିଥିବା ସମୟରେ ସେ ହଠାତ୍‌ ଚେଇଁ ଉଠିଲେ ଜୋରଜୋର୍‌ରେ ନିଶ୍ୱାସପ୍ରଶ୍ୱାସ ନେବାକୁ ଲାଗିଲେ।

ସମ୍ବନ୍ଧିତ ଖବର