ଯଦି ମଦ ପିଉଛନ୍ତି ତେବେ ଗରମ ଚା’ ପିଅନ୍ତୁ ନାହିଁ, ଗରମ ଚା’ ପିଇବା ଦ୍ୱାରା ଗଳାରେ ହୋଇପାରେ କ୍ୟାନସର!

ସାଧାରଣତଃ ଲୋକମାନେ ଚା’ ପିଇବାକୁ ବେଶ ପସନ୍ଦ କରନ୍ତି। ସକାଳୁ ଉଠିଲେ ଚା’ ପିଇବା ଲୋକମାନଙ୍କର ଏକ ପୁରୁଣା ଅଭ୍ୟାସ। ତେବେ ଏହି ଭଳି କ୍ଷେତ୍ରରେ ଯଦି ଚା’ ଥଣ୍ଡା ହୋଇଯାଏ ତେବେ ପିଇବାକୁ ଭଲ ଲାଗିନଥାଏ। କିନ୍ତୁ ଏକ ରିସର୍ଚ୍ଚରୁ ଜଣାପଡିଛି ଯଦି ଆପଣ ମଦ ପିଉଛନ୍ତି ତେବେ ଗରମ ଚା’ ପିଇବା ଅନୁଚିତ। କାରଣ ଗରମ ଚା’ ପିଇବା ଦ୍ୱାରା ଗଳାର ନଳୀରେ କ୍ୟାନ୍‌ସର ହେବାର ଆଶଙ୍କା ରହିଥାଏ। ରିସର୍ଚ୍ଚରେ କୁହାଯାଇଛି କି, ଏହା କରିବା ଦ୍ୱାରା କ୍ୟାନ୍‌ସରର ଆଶଙ୍କା ୫ଗୁଣା ବଢିଯାଇଥାଏ। ମଦ ଏବଂ ସିଗାରେଟ ସେବନ କରିବା ଦ୍ୱାରା କ୍ୟାନ୍‌ସର ହେଉଥିବା କଥା ବୈଜ୍ଞାନିକମାନେ ପୂର୍ବରୁ ପ୍ରମାଣିତ କରିସାରିଛନ୍ତି କିନ୍ତୁ ଏବେ ମଦ ଏବଂ ସିଗାରେଟ ସୂଚିରେ ବୈଜ୍ଞାନିକମାନେ ଗରମ ଚା’କୁ ଯୋଡିଦେଇଛନ୍ତି।

ଡ. ସକିଂଗ ୟୁଙ୍କ କହିବା ଅନୁସାରେ, ରିସର୍ଚ୍ଚ ଟିମ ଦୁଇଜଣ ଲୋକଙ୍କୁ ନେଇ ପରୀକ୍ଷା ଆରମ୍ଭ କରିଥିଲେ। ଏହି ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କମ ଗରମ ଚା’ ପିଇବା ସହ ପ୍ରତିଦିନ ୧୫ ଗ୍ରାମ ମଦ ପିଉଥିଲା। ସେହିଭଳି ଅନ୍ୟ ବ୍ୟକ୍ତି ଜଣକ ଅତ୍ୟଧିକ ଗରମ ଚା’ ପିିଇବା ସହ ପ୍ରତିଦିନ ୧୫ଗ୍ରାମ ମଦ ପିଉଥିଲା। ତେବେ ଏହି ଦୁଇ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ରିସର୍ଚ୍ଚରେ ଜଣାପଡିଥିଲା ଅଧିକ ଗରମ ଚା’ ପିଉଥିବା ଲୋକକୁ ଗଳାରେ କ୍ୟାନ୍‌ସର ହେବାର ଆଶଙ୍କା ବେଶ ଅଧିକ ରହୁଛି। ଏହି ରୋଗ ବହୁତ ସାଂଘାତିକ ହୋଇଥାଏ। ଏଥିରେ ଲୋକମାନଙ୍କ ବଞ୍ଚିବାର ଆଶା ଖୁବ୍‌ କମ୍‌ ଥାଏ।

ସମ୍ବନ୍ଧିତ ଖବର