ଇଣ୍ଟରନେଟର ସବୁଠାରୁ ବଡ଼ ପର୍ଣ୍ଣୋଗ୍ରଫି ସାଇଟ୍ ପର୍ଣ୍ଣହବ୍ର ସୂଚନା ଅନୁଯାୟୀ ୨୦୧୮ରେ ତାର ସାଇଟରେ ମୋଟ ୩୩.୫ ବିଲିଅନ୍ ଅର୍ଥାତ୍ ୩ ହଜାର ୩୦୦ କୋଟି ଲୋକେ ପର୍ଣ୍ଣ ଫିଲ୍ମ ଦେଖିଛନ୍ତି। ଏ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଗତ ବର୍ଷ ଏହି ସମୟ ତୁଳନାରେ ୫ ବିଲିଅନରୁ ଅଧିକ ଲୋକ ଦେଖିଛନ୍ତି। ଅର୍ଥାତ୍ ୯ କୋଟି ୨୦ ଲକ୍ଷ ଲୋକ ଅଧିକ ଦେଖିଛନ୍ତି। ଆପଣ ଜାଣି ବିସ୍ମିତ ହେବେ ଯେ ଏହି ଲୋକଙ୍କ ସଂଖ୍ୟା ପୋଲାଣ୍ଡ, କାନାଡା ଓ ଅଷ୍ଟ୍ରେଲିଆ ଭଳି ତିନି ଦେଶର ଜନସଂଖ୍ୟା ସହିତ ସମାନ।
Sambad is now on WhatsApp
Join and get latest news updates delivered to you via WhatsApp
ପର୍ଣ୍ଣହବର ସୂଚନା ଅନୁଯାୟୀ ସବୁଠାରୁ ଅଧିକ ଆମେରିକୀୟ ଏହି ସାଇଟକୁ ଆସିଥାନ୍ତି। ତା’ପରେ ଇଂଲଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଭାରତ। ୭୦ ପ୍ରତିଶତ ଭାରତୀୟ ପୁରୁଷ ପର୍ଣ୍ଣ ଦେଖନ୍ତି ଓ ୩୦ ପ୍ରତିଶତ ଭାରତୀୟ ମହିଳା ଇଣ୍ଟରନେଟରେ ପର୍ଣ୍ଣ ଦେଖୁଥିବାର ଏଥିରେ କୁହାଯାଇଛି। ଗତବର୍ଷ ଭାରତୀୟ ମହିଳାମାନଙ୍କର ପ୍ରତି ହାର ୨୬ ପ୍ରତିଶତ ଥିଲା, ତେବେ ସାରା ବିଶ୍ୱରେ ପ୍ରାୟ ୯ ପ୍ରତିଶତ ମହିଳା ପର୍ଣ୍ଣ ଦେଖନ୍ତି ବୋଲି ଏଥିରେ କୁହାଯାଇଛି।