ଟ୍ରେନରେ ଖୁବ୍ ଶୀଘ୍ର ମିଳିବ ବିମାନ ଭଳି ସ୍ୱାଦିଷ୍ଟ ଖାଦ୍ୟ; ଜାଣନ୍ତୁ କେମିତି
ନୂଆଦିଲ୍ଲୀ : ଭାରତୀୟ ରେଳରେ ପ୍ରତିଦିନ ୧୨ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସବୁବେଳେ ଏହାର ସ୍ୱାଦ ଏବଂ ପ୍ରସ୍ତୁତିକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥାଏ । ଗତବର୍ଷ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା କି ରେଳରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଅନେକ ସମୟରେ ମନୁଷ୍ୟ ଖାଇବା ଯୋଗ୍ୟ ନୁହଁ । ଖାଇବାର ତାଲିକାରେ ୬-୭ ପ୍ରକାରର ଜିନିଷ ରହିଥିଲେ ମଧ୍ୟ ତାହା ସ୍ୱାଦହୀନ ହେବା ସହ ସ୍ୱାସ୍ଥ୍ୟକର ହୋଇ ନ ଥାଏ । ଏଣୁ ବର୍ତ୍ତମାନ ଭାରତୀୟ ରେଳ ଏହାର ଖାଦ୍ୟ ବ୍ୟବସ୍ଥାରେ ସୁଧାର ଆଣୁଛି । ଟ୍ରେନର ରୋଷେଇ ଘରକୁ ପରିବର୍ତ୍ତନ କରାଯିବା ସହ କ୍ୟାମେରା ଏବଂ ଖାଦ୍ୟକୁ ପୁଷ୍ଟିକର କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ତନଖି ବ୍ୟବସ୍ଥା ଲାଗୁ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପିଟିଆଇ ରିପୋର୍ଟ ଅନୁଯାୟୀ , ରେଳର ଖାଇବା ତାଲିକାକୁ ବିମାନର ଖାଇବା ତାଲିକା ସଦୃଶ କରାଯିବ। ଏହା ସହ କମ୍ବୋମିଲ୍ ରେ ଅଧିକା ନୁହଁ ବରଂ ୨-୩ଟି ଜିନିଷ ସାମିଲ କରାଯିବ । ଏହାର ଖାଦ୍ୟ ତାଲିକାକୁ ବିମାନର ଖାଦ୍ୟ ତାଲିକା ସଦୃଶ ପ୍ରସ୍ତୁତ କରାଯିବ । ଏହା ସହ ଖାଦ୍ୟକୁ ସ୍ୱାସ୍ଥ୍ୟକର କରାଯିବା ସହ ସ୍ୱାଦ ପ୍ରତି ବିଶେଷ ଧ୍ୟାନ ରଖାଯିବ। ଆଇଆରସିଟିସିକୁ ବର୍ତ୍ତମାନ ୬୮ଟି ନୂତନ-ସୁବିଧା ବିଶିଷ୍ଟ ଟ୍ରେନରେ ଏହି ବ୍ୟବସ୍ଥା ପାଇଁ କୁହାଯାଇଥିବା ବେଳେ ପ୍ରଥମ ସ୍ତରରେ ରାଜଧାନୀ , ଶତାବ୍ଦୀ ଏବଂ ଦୂରନ୍ତୋ ଆଦି ଟ୍ରେନରେ ଏହାକୁ ଆରମ୍ଭ କରିବାର ସୂଚନା ରହିଛି। ପ୍ରତିଟି ରୋଷେଇ ଘରର ପ୍ରସ୍ତୁତି ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ସ୍ୱତନ୍ତ୍ର ରୋଷେଇ ଘରେ ଆମିଷ ଏବଂ ନିରାମିଷ ପାଇଁ ଭିନ୍ନ ଭିନ୍ନ ଚୁଲା ଏବଂ ପାତ୍ରର ବ୍ୟବହାର କରାଯିବ । ନୂତନ ଧରଣର ରୋଷେଇ ଘରେ ଏକାଥରକରେ ୨୦,୦୦୦ -୨୫,୦୦୦ ମିଲ୍ ପ୍ରସ୍ତୁତ କରାଯାଇପାରିବ ।