ଜଣେ ମହିଳା — ବିଲେଇକୁ ସାଥୀରେ ନେଇ — ଗାଡ଼ିରେ ବସି — ପୂଜା କରିବାକୁ ଯାଉଥିଲେ, ୩ଟି ସ୍ଥାନରେ ଗୋଟାଏ ସମାନ ଶବ୍ଦ ବସାଇ ଶୂନ୍ୟ ସ୍ଥାନ ପୂରଣ କରିପାରିବେ?
ଫଟୋ ମଧରେ ଉତ୍ତର ଅଛି
ଏମିତି ପଜଲ୍ ହୁଏତ ଆପଣ ପିଲାଦିନେ ପଢ଼ିଥିବେ ଓ ସମାଧାନ ବି କରିଥିବେ। ଏବେ ପାଳି ହେଉଛି ଆପଣଙ୍କ ପିଲାମାନଙ୍କର। ସେମାନଙ୍କୁ ଏପରି ମଜାଦାରିଆ ପଜଲ୍ ଦେଖାଇ ଉତ୍ତର ଦେବାକୁ କୁହନ୍ତୁ। ଦେଖିବେ ସେମାନେ ଯେପରି କୌତୁକିଆ ଉତ୍ତର ରଖିବେ ସେଥିରେ ଆପଣଙ୍କ ମନ ତ ଭରିଯିବ ତାହା ସହ ସେମାନଙ୍କ ମସ୍ତିଷ୍କ ବି ତୀକ୍ଷ୍ମ ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଅନେକ ପଜଲ୍ ଓ ରିଡିଲ୍ ଖେଳିଛନ୍ତି। ସମସ୍ତ ପଜଲ୍ ଓ ରିଡଲ୍ ଭିନ୍ନ ଧରଣର। ସବୁଠାରୁ ଭଲ କଥା ହେଉଛି ଆପଣମାନଙ୍କ ଭାଗିଦାରୀ। ତାହା ହିଁ ଆମକୁ ନୂଆ ନୂଆ ପଜଲ୍ ଆପଣଙ୍କ ସମ୍ମୁଖରେ ରଖିବାକୁ ପ୍ରୋତ୍ସାହନା ଦେଉଛି।
ଏଥର ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି, ଜଣେ ମହିଳା — ବିଲେଇକୁ ସାଥୀରେ ନେଇ — ଗାଡ଼ିରେ ବସି — ପୂଜା କରିବାକୁ ଯାଉଥିଲେ। ଏମିତି ଏକ ଶବ୍ଦ ଖୋଜନ୍ତୁ ଯାହାକୁ ଆପଣ ୩ଟି ସ୍ଥାନରେ ବସାେଇବେ ଏବଂ ବାକ୍ୟଟି ସଂପୂର୍ଣ୍ଣ ଲାଗିବ।
ଉତ୍ତର: କାଳୀ
ବାକ୍ୟଟି ଏପରି ହେବ, ଜଣେ ମହିଳା କାଳୀ ବିଲେଇକୁ ସାଥୀରେ ନେଇ କାଳୀ ଗାଡ଼ିରେ ବସି କାଳୀ ପୂଜା କରିବାକୁ ଯାଉଥିଲେ।