ବିବାହ ସରିବାର କିଛିସମୟ ପରେ କନ୍ୟା ବେଦୀରେ କରିଥିଲେ ବାନ୍ତି ଆଉ ସ୍ୱାମୀ ନେଲେ ଏଭଳି ନିଷ୍ପତ୍ତି

ବାଙ୍ଗାଲୁର: କର୍ଣ୍ଣାଟକରେ ବିବାହର କିଛି ସମୟରେ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଏକ ମାଟ୍ରିମୋନି ସାଇଟ୍‌ ଜରିଆରେ ଉଭୟ ଯୁବତୀଯୁବକଙ୍କ ସାକ୍ଷାତ ହେବା ପରେ ଉଭୟ ବିବାହ ଲାଗି ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ ହୋଇଥିଲା। ବିବାହ ଶେଷ ହେବା ପରେ ଏମିତି କିଛି ଘଟଣା ଘଟିଗଲା ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ବିବାହ କର୍ମ ସରୁ ସରୁ ବେଦୀ ଉପରେ କନ୍ୟା ବାନ୍ତି କରି ଦେଇଥିଲେ। ଏଥିରେ ଉଭୟ କନ୍ୟା ଓ ବରପକ୍ଷ ଲୋକେ ନବବିବାହିତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ କନ୍ୟାଘର ଲୋକଙ୍କ ଅଜଣାତରେ ନବ ବିବାହିତା କୁମାରିତ୍ୱ ପରୀକ୍ଷା ସହ ପ୍ରେଗନେନ୍‌ସି ଟେଷ୍ଟ ବରପକ୍ଷ ଲୋକମାନେ କରାଇ ଦେଇଥିଲେ। ଶେଷରେ ରିପୋର୍ଟରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଯୋଗୁ କନ୍ୟାଙ୍କର ବାନ୍ତି ହୋଇଥିବା ଡାକ୍ତର କହିଥିଲେ। ଯାହାକି କନ୍ୟାଙ୍କୁ ଶକ୍ତ ଆଘାତ ଦେଇଥିଲା।

ଏତିକିରେ ଯୁବକ ଜଣକଙ୍କ ସନ୍ଦେହ ସ୍ପଷ୍ଟ ହୋଇ ନଥିବାରୁ ସେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଅପରପକ୍ଷେ ପୂର୍ବରୁ ନିଜ ବାପାଙ୍କୁ ହରାଇଥିବା ଯୁବତୀଜଣକ କିଛି ଦିନ ପୂର୍ବେ ନିଜ ମା’ଙ୍କୁ ହରାଇଥିବା ବେଳେ ଏଭଳି ପରିସ୍ଥିତିକୁ ନେଇ ସେ ପୁରା ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର