ଏହି ବ୍ୟକ୍ତିଙ୍କ ପେଟରେ ହେଉଥିଲା ଯନ୍ତ୍ରଣା, ଏକ୍ସରେ ରିପୋର୍ଟ ଦେଖି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପେଟରେ ଯନ୍ତ୍ରଣା ଓ ଜଳାପୋଡା ହେଉଥିବା ହେତୁ ଜଣେ ବ୍ୟକ୍ତିଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ଶରୀର ଯାଞ୍ଚ କରିବା ପରେ ଏକ୍ସ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସୂଚନାଯୋଗ୍ୟ, କୋରିୟାରେ ବସବାସ କରୁଥିବା ଜଣେ ବ୍ୟକ୍ତି କିଛିଦିନ ହେବ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଦିନକୁ ଦିନ ଏହି ଯନ୍ତ୍ରଣା ବଢ଼ିବା କାରଣରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ପେଟର ଏକ୍ସରେ କରିଥିଲେ। ଏକ୍ସରେ ରିପୋର୍ଟରେ ଉକ୍ତ ବ୍ୟକ୍ତିଙ୍କ ପେଟରେ କଏନ୍‌ ଓ ପଥର ଥିବା ଡାକ୍ତର ଦେଖିବାକୁ ପାଇଥିଲେ।

ରୋଗୀଙ୍କୁ ଯେତେବେଳେ ଏହା ସମ୍ପର୍କରେ ପଚରା ଯାଇଥିଲା ସେ ଏନ୍‌ଜାଇଟି କାରଣ ହେତୁ ପଥର, ବୋତଲ ଓ କଏନ୍‌କୁ ଖାଇବା ଅଭ୍ୟାସରେ ପଡ଼ି ଯାଇଥିଲେ ବୋଲି କହିଥିଲେ।

୫୪ବର୍ଷୀୟ ଏହି ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଦୁଇକିଲୋ ପ୍ରଥର, ବତୋଲ ଟିପି,ଚାବି, କଏନ୍‌ ଆଦି ତାଙ୍କ ପେଟରୁ ବାହାରିଥିଲା। ଡାକ୍ତରଖାନାରେ ୯ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଛୁଟି ମିଳି ଯାଇଥିଲା।

ସମ୍ବନ୍ଧିତ ଖବର