ଜାମସେଦପୁର: ଟ୍ରେନର ଛାତ ଉପରେ ସେଲଫି ନେବାଲାଗି ପ୍ରୟାସ କରୁଥିବା ବେଳେ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାଯାଇଛି। ଅପରପକ୍ଷରେ ଯୁବକ ସହ ଜଣେ ନାବାଳକ ସେଲଫି ନେବାବେଳେ ଗୁରୁତରଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ସେଲଫି ନେବା ସମୟରେ ସେମାନଙ୍କର ଶରୀରରେ ବିଦ୍ୟୁତ୍ ଲାଗିଗଲା , ଯାହା ଫଳରେ ମୃତ୍ୟୁ ଘଟିଥିବା କୁହାଯାଉଛି। ଟାଟା ନଗର ରେଳ ଷ୍ଟେସନଠାରୁ ମାତ୍ର ୫ କିଲୋମିଟର ଦୂରସ୍ଥ ସାଲଗାଜୁରୀ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି। ସେ ଦୁହେଁ ସେଲଫି ନେବାଲାଗି ଟ୍ରେନର ଛାତ ଉପରକୁ ଚଢ଼ିଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେଲଫି ନେବା ବେଳେ ମହମ୍ମଦ୍ ଫୈସଲ(୨୦) ଏବଂ ମହମ୍ମଦ୍ ନାଭେଦ୍ (୧୧)ଙ୍କ ଦେହରେ ହାଇଟେନସନ୍ ତାର ଲାଗିଗଲା ।ଏହାପରେ ଫୈସଲ ସେହି ତାର ଭିତରେ ଗୁଡେଇ ହୋଇଗଲା ଏବଂ ନାଭେଦ୍ ତଳେ ପଡ଼ିଗଲା। ଘଟଣାସ୍ଥଳରେ ହିଁ ମହମ୍ମଦ୍ ଫୈସଲର ପ୍ରାଣବାୟୁ ଉଡିଯାଇଥିଲା। ଅନ୍ୟପକ୍ଷରେ ନାଭେଦକୁ ଟାଟା ମେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଟାଟାନଗର ରେଳ ଷ୍ଟେସନର ନିର୍ଦ୍ଦେଶକ ଏଚ୍ କେ ବଲମୁଚୁ କହିଛନ୍ତି ଯେ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି।