ନିଃସହାୟ ଲୋକଙ୍କ ସେବାରେ ‘ମେଡିସିନ ବାବା’!

ବର୍ତ୍ତମାନ ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଗରିବ ଲୋକମାନଙ୍କର ସେବାରେ ନିଜକୁ ନିୟୋଜିତ କରିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବାରେ ଲାଗିଛନ୍ତି। ଏଭଳି ଲୋକଙ୍କ ପରିଚୟ ଆଭିଜାତ୍ୟ କିମ୍ବା ପ୍ରତିଷ୍ଠିତ ଚେହେରାରୁ ନୁହଁ ବରଂ ତାଙ୍କ କାମରୁ ଜଣା ପଡିଥାଏ। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ୮୦ ବର୍ଷୀୟ ଓମକାର ନାଥ ଶର୍ମା। ଦିଲ୍ଲୀରେ ରହୁଥିବା ଓମକାର ନିଜ ପରୋପକାରିତା ଏବଂ ସତ୍‌ କର୍ମ ପାଇଁ ଲୋକପ୍ରିୟ ହୋଇପାରିଛନ୍ତି। ନିଜ ପରିଚୟ ଠୁ ବଳି ସେ ମେଡିସିନ୍‌ ବାବା ନାମରେ ଖୁବ୍‌ ଜଣାଶୁଣା। ସାତ ବର୍ଷରୁ ଅଧିକ ସମୟ ଧରି ସେ ଲୋକଙ୍କ ସେବା କରି ଆସୁଛନ୍ତି । ଘର ଘର ବୁଲି ସେ ମେଡିସିନ୍‌ ପଇଠ କରନ୍ତି ।

 

ଲୋକ ଦରକାର ଅନୁସାରେ ଅଧିକ ସଂଖ୍ୟାରେ ମେଡିସିନ୍‌ କିଣିନିଅନ୍ତି ଏବଂ ତାହା ସାଇତା ରହି ରହି ଔଷଧର ଏକ୍ସପାୟାର୍‌ ଡେଟ୍‌ ହୋଇଯାଏ। ଯାହାକୁ ପରମୁହୂର୍ତ୍ତରେ ବ୍ୟବହାର କରାନଯାଇପାରି ଫୋପଡାଯାଏ। କିନ୍ତୁ କିଛି ଲୋକ ଅଛନ୍ତି ଯେ ଔଷଧ ନ କିଣି ପାରି ଜୀବନ ହାରୁଛନ୍ତି । ଏଭଳି ସ୍ଥଳେ ଏହି ନିଃସହାୟ ଲୋକଙ୍କ ପାଇଁ ଓମକାର ଭଗବାନଙ୍କ ବରଦାନ ସଦୃଶ କାମ କରୁଛନ୍ତି । ଆର୍ଥକ କ୍ଷେତ୍ରରେ ସବଳ ଥିବା ଲୋକଙ୍କ ଠାରୁ ମେଡିସିନ୍‌ ପଇଠ କରି ସେ ଗରିବ ଗୁରୁବାଙ୍କୁ ମାଗଣାରେ ଏହି ମେଡିସିନ୍‌ ପ୍ରଦାନ କରିଥାନ୍ତି । ସପ୍ତାହରେ ଦୁଇଥର ସେ ଏହି ମେଡିସିନ୍‌ ପଇଠ କରିବା ପାଇଁ ଘର ଘର ବୁଲନ୍ତି ଏବଂ ଅନ୍ୟ ଚାରି ଦିନ ସେ ନିଜର ଏକ ମାଗଣା ଦୋକାନରେ ଏହି ମେଡିସିନକୁ ରଖି ଲୋକଙ୍କୁ ଫ୍ରିରେ ଏହି ମେଡିସିନ୍‌ ଯୋଗାଇ ଦିଅନ୍ତି । ତାଙ୍କର ଏହି ସହୃଦୟତା ଏବଂ ମାନବିକତା ଭଳି କାର୍ଯ୍ୟ ପାଇଁ ସେ ଏବେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତିି।

ସମ୍ବନ୍ଧିତ ଖବର