ତକିଆ ତଳେ ମୋବାଇଲ୍‌ ରଖି ଶୋଇଥିଲେ ମହିଳା, ସକାଳ ୪.୩୦ରେ ଘଟିଲା ଏମିତି ଘଟଣା..

ଜୋହୋର: ଅଧିକାଂଶ ଲୋକେ ମୋବାଇଲ୍‌ ଫୋନ୍‌ ତକିଆ ତଳେ ରଖି ଶୋଇବାର ଅଭ୍ୟାସ ରଖି ଥାଆନ୍ତି। ରାତିରେ ହ୍ଵାଟସ୍‌ ଆପ୍‌, ଫେସ୍‌ବୁକ୍‌ ଓ େଓ୍ଵବସିରିଜ ଦେଖିଦେଖି ମୋବାଇଲ୍‌କୁ ସଠିକ୍‌ ସ୍ଥାନରେ ରଖିବାକୁ ଭୁଲି ଯାଇଥାଆନ୍ତି ତ ଆଉ କିଛି ଲୋକେ ଜାଣିବୁଝି ଫୋନ୍‌କୁ ତକିଆ ତଳେ ରଖି ଥାଆନ୍ତି। ମାଲେସିଆରେ ବସବାସ କରୁଥିବା ଜଣେ ୫୮ବର୍ଷୀୟ ମହିଳାଙ୍କ ସହିତ ଏମିତି କିଛି ଅଘଟଣ ଘଟିଛି….

Newsner

ମହିଳା ତାଙ୍କ ମୋବାଇଲ୍‌ ଫୋନ୍‌ ତକିଆ ତଳେ ରଖି ଶୋଇଯାଉଛନ୍ତି। ଠିକ୍‌ ଅଧାଘଣ୍ଟା ପରେ ଅର୍ଥାତ ୪.୩୦ ମିନିଟ୍‌ରେ ତାଙ୍କ ଫୋନ୍‌ ଆକସ୍ମିକ ଭାବେ ଫାଟିବାର ଶବ୍ଦ ସେ ଶୁଣିବାକୁ ପାଉଛନ୍ତି। ରାତିରେ ଅନ୍ଧାର ହୋଇଥିବାରୁ ମହିଳାଙ୍କୁ କେବଳ ହାଲକା ହାଲକା ନିଆଁ ଥିବା ପାଉଁଶ ଦେଖିବାକୁ ମିଳିଥିଲା। ସେ ଭୟଭୀତ ହୋଇ ବିଛଣାରୁ ଉଠି ଲାଇଟ୍‌ ଅନ୍‌ କରିଥିଲେ। ଏହାପରେ ତାଙ୍କ ଫୋନ୍‌ ବିସ୍ଫୋରଣ ହୋଇ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତକିଆ ଥିବା ହେତୁ ମହିଳାଙ୍କୁ କୌଣସି ଆଘାତ ଲାଗି ନଥିଲା। କିନ୍ତୁ ତକିଆ ପାଖରେ ଥିବା ତାଙ୍କ ହେୟାର କ୍ଲିପ୍‌ ଜଳି ଯାଇଥିଲା।

ସମ୍ବନ୍ଧିତ ଖବର