ଗରିବ ବାପର ପୁଅ କାମକୁ ଦେଖି ଖୁସି ହେଲା ଆମେରିକା, ଦେଲା ୭୦ଲକ୍ଷ ଟଙ୍କାର ଚାକିରି

ନୂଆଦିଲ୍ଲୀ: ନିଜ ଉପରେ ଆତ୍ମ ବିଶ୍ୱାସ ଥିଲେ କୌଣସି କାମ ଅସମ୍ଭବ ନୁହେଁ। ଦିଲ୍ଲୀର ଜମିଆ ନଗରରେ ବସବାସ କରୁଥିବା ମହମ୍ମଦ ଅମିର ଅଲ୍ଲୀଙ୍କୁ ଆମେରିକାର ଏକ କମ୍ପାନି ପକ୍ଷରୁ ୭୦ଲକ୍ଷ ଟଙ୍କାର ପ୍ୟାକେଜ ମିଳିଛି। ମହମ୍ମଦ ଜାମିୟା ମିଳିୟା ଇସ୍‌ଲାମିୟାରୁ ପାଠ ପଢ଼ିଛନ୍ତି। ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଅମିରଙ୍କ ପିତା ଜଣେ ସାଧାରଣ ବିଦ୍ୟୁତ ମିସ୍ତ୍ରୀ। ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ତାଙ୍କ ପୁଅ ଅମିରକୁ ଜୀବନରେ ଏତେ ବଡ଼ ସଫଳତା ମିଳିବ। ଆମେରିକାରୁ ତା’ପାଇଁ ୭୦ଲକ୍ଷ ଟଙ୍କାର ପ୍ୟାକେଜ ଆସିବ। ଏହା ପ୍ରଥମ ଘଟଣା ଯାହାକି ଜାମିଆର କୌଣସି ଛାତ୍ରକୁ ଆମେରିକାରେ ଚାକିରି ମିଳିଛି।

ମହମ୍ମଦ ଅମିର ଅଲ୍ଲୀଙ୍କୁ ଇଲେକ୍‌ଟ୍ରିକ୍‌ ଭେଇକିଲ ପ୍ରତି ଖୁବ୍‌ ଦୁର୍ବଳତା ଥିଲା। ତେଣୁ ତାଙ୍କ ପିତା ପୁଅକୁ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର କିଣି ଦେଇଥିଲେ। ଅମିର କିନ୍ତୁ ଏହି କାରକୁ ଇଲେକ୍‌ଟ୍ରିକ୍‌ ଚାର୍ଜିଂ କାରରେ ବଦଳାଇ ଦେଇଥିଲେ। ଧୀରେ ଧୀରେ ତାଙ୍କର ଏହି କାରକୁ ନେଇ ଚର୍ଚ୍ଚା ବଢ଼ିବାକୁ ଲାଗିଲା। ଜାମିଆ େଓ୍ଵବସାଇଟ୍‌ରେ ବି ମହମ୍ମଦ ଓ ତାଙ୍କର ଇଲେକ୍ଟ୍ରିକ୍‌ ଭେଇକିଲର କାମ ବିଷୟରେ ସୂଚନା ଦିଆଯାଇଥିଲା। ମହମ୍ମଦ ଓ ତାଙ୍କ କାରର ଚର୍ଚ୍ଚା ଆମେରିକା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ସେଠାରେ ଥିବା ନର୍ଥ କେରୋଲିନାର ଫ୍ରିସନ୍‌ ମୋଟର ଓ୍ଵାକର୍ସ ନାମକ କମ୍ପାନିକୁ ମହମ୍ମଦଙ୍କ କାମ ଓ ତାଙ୍କ କାରବହୁ ପସନ୍ଦ ଆସିଲା, ଅମିରକୁ ମେନେଜମେଣ୍ଟ ସିଷ୍ଟମ ଇଞ୍ଜିନିୟର ଭାବେ ପ୍ୟାକେଜ ଅଫର କରିଥିଲେ।

ସମ୍ବନ୍ଧିତ ଖବର