ଏହି ମହିଳା ତାଙ୍କ ସମସ୍ତ ସମ୍ପତ୍ତିକୁ ମାଙ୍କଡ଼ ନାମରେ କରି ଦେଇଛନ୍ତି, ଜାଣନ୍ତୁ କାରଣ

ରାୟବରେଲି: ଘରେ ଯଦି ଆପଣ ପଶୁପକ୍ଷୀ ରଖିଛନ୍ତି ତେବେ ସେମାନଙ୍କ ପ୍ରତି ଥିବା ସ୍ନେହଶ୍ରଦ୍ଧା ସତରେ ସବୁଠାରୁ ନିଆରା ରହିଥାଏ। ତେବେ ଉତ୍ତରପ୍ରଦେଶର ରାୟବରେଲିଠାରେ ବସବାସ କରୁଥିବା ଜଣେ ମହିଳା ତାଙ୍କ ସମସ୍ତ ସମ୍ପତ୍ତିକୁ ମାଙ୍କଡ଼ ନାମରେ କରି ଦେଇଛନ୍ତି। ଏହି ମାଙ୍ଗଡ଼ଟିଏ ନାମ ହେଉଛି ଚୁନ୍‌ମୁନ୍‌।

ଚୁନ୍‌ମୁନ୍‌ର ମାଲିକାଣି କହନ୍ତି, ‘ଚୁନ୍‌ମୁନ୍‌ ମୋତେ ବହୁତ ଖୁସି ଦେଇଛି। ସେ ଘରକୁ ଆସିବା ପରେ ଆମର ଭାଗ୍ୟ ପୁରା ବଦଳି ଯାଇଛି। ମୁଁ ଯଦି ବି କେଉଁଠାରେ ଆସି ଚୁପ୍‌ଚାପ୍‌ ବସେ ସେ ମୋ ସହିତ ଆସି ଏମିତି ଲାଗେ ଯେ ହସିବା ପାଇଁ ବାଧ୍ୟ ହୁଏ। ଗତବର୍ଷ ଚୁନ୍‌ମୁନ୍‌ର ମୃତ୍ୟୁ ହୋଇଯାଇଥିଲା। ଚୁନ୍‌ମୁନ୍‌ ମୃତ୍ୟୁ ପରେ ମୁଁ ବହୁତ ଭାଙ୍ଗି ପଡ଼ିଥିଲି। ସବୁବେଳେ ତାର କଥା ମନେ ପଡ଼ୁଥିଲା। ତେଣୁ ଘରେ ମୁଁ ତାର ମନ୍ଦିର ବନାଇଛି।’

ପ୍ରକାଶିତ ସୂଚନା ଅନୁସାରେ, ଗତ ମଙ୍ଗଳବାର ମହିଳା ଘରେ ବନାଇଥିବା ମନ୍ଦିରରେ ରାମ-ଲକ୍ଷ୍ମଣ ଓ ସୀତାଙ୍କ ସହିତ ମାଙ୍ଗଡ଼(ଚୁନ୍‌ମୁନ୍‌)ର ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରିଥିଲେ। ମହିଳା ନିଜର ପୋଷା ମାଙ୍ଗଡ଼ ଚୁନ୍‌ମୁନ୍‌ ନାମରେ ତାଙ୍କ ଘରର ନାମ ରଖିଛନ୍ତି। ଏହି ମହିଳାଙ୍କ ନାମ ସବିସ୍ତା, ସେ ଜଣେ ମୁସଲମାନ। ସବିସ୍ତା ୧୯୯୮ ମସିହାରେ ବ୍ରଜେଶ ଶ୍ରୀବାସ୍ତବଙ୍କୁ ପ୍ରେମ ବିବାହ କରିଥିଲେ। ସବିସ୍ତା ରାୟବରେଲିର ଶକ୍ତିନଗରରେ ବସବାସ କରନ୍ତି। ସେ ପେସାରେ ଜଣେ କବି। ୧୩ବର୍ଷ ପୂର୍ବେ ସେ ଚୁନ୍‌ଚୁନ୍‌କୁ ଘରକୁ ଆଣିଥିଲେ। ଏହି ଦମ୍ପତ୍ତିଙ୍କର କୌଣସି ସନ୍ତାନ ନଥିବାରୁ ଚୁନ୍‌ମୁନ୍‌ ନାମରେ ଏକ ସଂସ୍ଥା କରି ନିଜର ସମସ୍ତ ସମ୍ପତ୍ତିକୁ ଚୁନ୍‌ମୁନ୍‌ ନାମରେ କରି ଦେଇଛନ୍ତି।

ଆଶ୍ଚର୍ଯ୍ୟ କଥା ହେଉଛି, ଚୁନ୍‌ମୁନ୍‌ର ଏକ ସ୍ୱତନ୍ତ୍ର ରୁମ୍‌ ବି ଥିଲା। ୨୦୧୦ରେ ସହର ନିକଟସ୍ଥ ଛଜଲାପୁର ନିବାସୀ ଅଶୋକ ଯାଦବଙ୍କ ପାଖରେ ଥିବା ମାଇ ମାଙ୍ଗଡ଼ ସହିତ ଚୁନ୍‌ମୁନ୍‌ର ବିବାହ ବି ହୋଇଥିଲା।

ସମ୍ବନ୍ଧିତ ଖବର