କେଉଁ ଗ୍ୟାଲେରିରେ କ’ଣ?

ଷ୍ଟଡି ରୁମ୍‌: ସଂଗ୍ରହାଳୟର ପ୍ରଥମ ଗ୍ୟାଲେରିରେ ରହିଛି ଷ୍ଟଡି ରୁମ୍‌ । ଏଥିରେ ନେତାଜୀଙ୍କ ପଢା ଚେୟାର, ଟେବୁଲ, କାଳୀ ଦୂଆତ, ରଙ୍ଗବାକ୍ସ, ଜ୍ୟାମିତି ବାକ୍ସ, ବହି ଥାକ, ପୋଷାକ ଥାକ, ପରିବାର ସହ ଛୋଟ ବେଳର ଫଟୋ, ଆଲମାରି ଆଦି ରହିଛି।

ପ୍ରାରମ୍ଭିକ ଜୀବନୀ: ଦ୍ୱିତୀୟ ଗ୍ୟାଲେରିରେ ନେତାଜୀଙ୍କ ପ୍ରାରମ୍ଭିକ ଜୀବନର କିଛି ଫଟୋ ରହିଛି। ସେଥିମଧ୍ୟରୁ ପାଠ ଆରମ୍ଭ କରିଥିବା ଷ୍ଟିଓ୍ଵାର୍ଟ ସ୍କୁଲ ଫଟୋ (ପୋଟେଷ୍ଟାଣ୍ଟ ୟୁରୋପିଆନ୍‌ ସ୍କୁଲ), ସ୍କୁଲ ସମୟ ଓ ଲଣ୍ଡନରେ ସାଙ୍ଗମାନଙ୍କ ସହ ଫଟୋ ରହିଛି।

କାରାଗାର ଜୀବନ: ତୃତୀୟ ଗ୍ୟାଲେରିରେ ନେତାଜୀଙ୍କ କାରାଗାର ଜୀବନର ଇତିହାସକୁ ଦର୍ଶାଯାଇଛି। ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବାବେଳେ ସେଠାରେ ବାପା ଓ ପରିବାର ସଦସ୍ୟଙ୍କୁ ଲେଖଥିବା ଚିଠିର ନକଲ ଓ ଚଷମାକୁ ଏଠାରେ ରଖାଯାଇଛି।

ରାଜନୈତିକ ଜୀବନୀ: ଚତୁର୍ଥ ଗ୍ୟାଲେରିରେ ନେତାଜୀଙ୍କ ରାଜନୈତିକ ଜୀବନକୁ ଫଟୋ ମାଧ୍ୟମରେ ଦର୍ଶାଯାଇଛି। ଏଠାରେ ଗାନ୍ଧୀ, ନେହେରୁ ଓ ସରୋଜିନୀ ନାଇଡୁଙ୍କ ସହ ନେତାଜୀଙ୍କ ଫଟୋ ରହିଛି। ସେହିପରି ବିଭିନ୍ନ ବୈଠକ ଓ ସଭାରେ ଯୋଗଦେଇଥିବା ନେତାଜୀଙ୍କ ଫଟୋ ମଧ୍ୟ ରହିଛି।

ନ୍ୟାସ୍‌ନାଲ ବ୍ୟାଙ୍କ ଅଫ୍‌ ଆଜାଦ୍‌ ହିନ୍ଦ୍‌ ଲିମିଟେଡ୍‌: ପଞ୍ଚମ ଗ୍ୟାଲେରିରେ ନେତାଜୀ କରିଥିବା ‘ନ୍ୟାସନାଲ ବ୍ୟାଙ୍କ୍‌ ଅଫ୍‌ ଆଜାଦ୍‌ ହିନ୍ଦ୍‌ ଲିମିଟେଡ’ ବ୍ୟାଙ୍କର ସମସ୍ତ ତଥ୍ୟ, ବ୍ୟାଙ୍କର କରେନ୍ସି, ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସମାନଙ୍କର ନାମ ତାଲିକା ରହିଛି।

ଆଜାଦ୍‌ ହିନ୍ଦ୍‌ ଫୌଜ: ସଂଗ୍ରାହାଳୟର ୬ନମ୍ବର ଗ୍ୟାଲେରିକୁ ଆଜାଦ୍‌ ହିନ୍ଦ ଫୌଜ ନାମରେ ନାମିତ କରାଯାଇଛି। ଏଠାରେ ଆଜାଦ୍‌ ହିନ୍ଦ୍‌ ଫୌଜ ସଂକ୍ରାନ୍ତ ଅନେକ ଫଟୋ ସହ ଝାନ୍‌ସୀ ରେଜିମେଣ୍ଟ ପୋଷାକ ସ୍ଥାନ ପାଇଛି।

ଅସ୍ଥାୟୀ ସରକାର: ୭ ନମ୍ବର ଗ୍ୟାଲେରିର ନାମ ‘ଅସ୍ଥାୟୀ ସରକାର’ ରଖାଯାଇଛି। ଏଠାରେ ଡାକ ଟିକଟ, ବ୍ୟାଜ୍‌, ଅସ୍ଥାୟୀ ସରକାରର ମନ୍ତ୍ରୀ ପରିଷଦ ଫଟୋ, ନେତାଜୀଙ୍କ ପୋଷାକ, ଖଣ୍ଡା, ବାଲ୍‌ ସେନାରେ ଯୋଗ ଦେଇଥିବା ପ୍ରଥମ ଓଡ଼ିଆ ମହିଳା ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଫଟୋ ରଖାଯାଇଛି।

ଆଜାଦ୍‌ ହିନ୍ଦ୍‌ ରେଡିଓ: ସଂଗ୍ରହାଳୟର ୭ନମ୍ବର ଗ୍ୟାଲେରିକୁ ଆଜାଦ୍‌ ହିନ୍ଦ ରେଡିଓ ନାମରେ ନାମିତ କରାଯାଇଛି। ଏଠାରେ ରେଡିଓ, ମାଇକ, ରେଡିଓ ସମ୍ବନ୍ଧୀୟ କିଛି କାଗଜ, ନେତାଜୀଙ୍କ ପ୍ରତିକୃତି ରଖାଯାଇଛି। ଏଠାରେ ପ୍ରତିଦିନ ଆଜାଦ୍‌ ହିନ୍ଦ ରେଡିଓରେ ଦେଶାତ୍ମାବୋଧ ଗୀତ ବାଜିଥାଏ।

ଜନ୍ମ ପ୍ରକୋଷ୍ଠ: ସଂଗ୍ରହାଳୟର ୯ ନମ୍ବର ଗ୍ୟାଲେରିକୁ ଜନ୍ମ ପ୍ରକୋଷ୍ଠ ନାମରେ ନାମିତ କରାଯାଇଛି। ଏଠାରେ ନେତାଜୀ ଜନ୍ମ ହୋଇଥିବା ଖଟ, ତାଙ୍କ ଜାତକ, ବାପା-ମା’ଙ୍କ ଫଟୋ, ଔଷଧ, ଖେଳଣା ପ୍ରଭୃତି ସ୍ଥାନ ପାଇଛି।

ଆଧ୍ୟାତ୍ମିକ ଗ୍ୟାଲେରି: ସଂଗ୍ରହାଳୟର ୧୦ ନମ୍ବର ଗ୍ୟାଲେରିକୁ ଆଧ୍ୟାତ୍ମିକ ଗ୍ୟାଲେରି ନାମରେ ନାମିତ କରାଯାଇଛି। ଏଠାରେ ନେତାଜୀଙ୍କ ବାପା-ମା’ଙ୍କ ଲୁହା ଖଟ, ଠାକୁର ପୂଜା ସାମଗ୍ରୀ ସହିତ ଗୀତା, ଭାଗବତ, ସ୍ୱାମୀ ବିବେକାନନ୍ଦ, ଶ୍ରୀମା ଅରବିନ୍ଦ ପ୍ରମୁଖ ଆଧ୍ୟାତ୍ମିକ ଗୁରୁଙ୍କର ଫଟୋ ରଖାଯାଇଛି।

ପାରିବାରିକ ଜୀବନ: ୧୧ ନମ୍ବର ଗ୍ୟାଲେରିରେ ନେତାଜୀଙ୍କ ପାରିବାରିକ ଜୀବନର ଅନେକ ଫଟୋ ରହିଛି। ତାଙ୍କ ଭାଇ, ସ୍ତ୍ରୀ ଓ ଝିଅଙ୍କର ଫଟୋ ରଖାଯାଇଛି। ନେତାଜୀଙ୍କ ଝିଅ ଅନିତାଙ୍କର ବିଭିନ୍ନ ସମୟର ଫଟୋ ସହିତ ଆରାମଚେୟାର, ଫୁଲକୁଣ୍ଡ ଆଦି ଏଠାରେ ସ୍ଥାନ ପାଇଛି।

ଆସବାବପତ୍ର ଓ ପତ୍ରାବଳୀ: ସଂଗ୍ରହାଳୟର ୧୨ ନମ୍ବର ଗ୍ୟାଲେରିକୁ ଆସବାବପତ୍ର ଓ ପତ୍ରାବଳୀ ଗ୍ୟାଲେରି ନାମରେ ନାମିତ କରାଯାଇଛି। ଏଠାରେ ନେତାଜୀଙ୍କ ପରିବାର ଲୋକ ବ୍ୟବହାର କରୁଥିବା କପ୍‌, ପ୍ଲେଟ, ଗ୍ଲାସ୍‌, ଚେୟାର ଆଦି ରଖାଯାଇଛି। ନେତାଜୀ ବିଭିନ୍ନ ସମୟରେ ତାଙ୍କ ବାପା ଓ ପରିବାରକୁ ଲେଖିଥିବା ଏକାଧିକ ଚିଠିପତ୍ରର ନକଲ ମଧ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର