ଲୁଧିଆନା:ପଞ୍ଚାୟତର ନିଷ୍ପତ୍ତି, ପ୍ରେମ ବିବାହକୁ ‘ନା’

ଲୁଧିଆନା:ପଡୋଶୀ ଭାବେ ରହୁଥିବା ପ୍ରେମୀଯୁଗଳ ଘରୁ ଲୁଚି ପଳାଇ ଯାଇ କୋର୍ଟରେ ବିବାହ ବନ୍ଧନରେ ବାନ୍ଧିିହେବା ପରେ ଲୁଧିଆନାର ଏକ ପଞ୍ଚାୟତ ସମଗ୍ର ପଞ୍ଚାୟତରେ ପ୍ରେମ ବିବାହ ଉପରେ ରୋକ ଲଗାଇ ଏକ ସଂକଳ୍ପ ଗ୍ରହଣକରିଛି।କେବଳ ପଞ୍ଚାୟତରେ ପ୍ରେମ ବିବାହକୁ ନାଁ କୁହାଯାଇ ନାହିଁ, ପ୍ରେମ ବିବାହ କରିଥିବା ପରିବାର ସହିତ ପଞ୍ଚାୟତର କେହି ସମ୍ପର୍କ ନ ରଖିବକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି ପଞ୍ଚାୟତ।
ଗତ ଏପ୍ରିଲ ୨୯ ତାରିଖ ଦିନ ସ୍ଥାନୀୟ ଗୁରୁଦ୍ୱାର କମିଟି, ଗ୍ରାମ ପଞ୍ଚାୟତ ଓ ଗାଁ ସ୍ପାର୍ଟସ କ୍ଲବ ଏକ ନିଷ୍ପତ୍ତି ନେଇଥିଲେ ଯେ ଗାଁରେ ପ୍ରେମ ବିବାହ କରୁଥିବା ଦମ୍ପତିଙ୍କୁ ବୟକଟ ବା ବାସନ୍ଦ କରାଯିବ। ନିଷ୍ପତ୍ତି ଅନୁଯାୟୀ, ଯଦି କୌଣସି ଗାଁର ପୁଅ କିମ୍ବା ଝିଅ ନିଜ ଇଛାରେ ବିବାହ କରନ୍ତି ତେବେ ସେମାନଙ୍କୁ ସାମାଜିକଭାବେ ବାସନ୍ଦ କରାଯିବ।ଏପରିକି ଏହି ଦମ୍ପତିଙ୍କ ସହିତ ଗାଁର ଯେଉଁ ପରିବାର ମଧ୍ୟ ସମ୍ପର୍କ ରଖିବେ, ପଞ୍ଚାୟତ ସେ ପରିବାରକୁ ମଧ୍ୟ ବାସନ୍ଦ କରିବ। ଏହି ଦମ୍ପତିଙ୍କୁ କୌଣସି ଦୋକାନି ସଉଦା ବିକ୍ରି କରି ପାରିବେ ନାହିଁ। ଗାଁର କୋଠଘର, କୋଠ ସମ୍ପତ୍ତିକୁ ଏହି ଦମ୍ପତି ବ୍ୟବହାର କରି ପାରିବେ ନାହିଁ। ଏ ନେଇ ଗାଁରେ ଓ ବିଭିନ୍ନ ବସ୍‌ରେ ପଞ୍ଚାୟତର ନିଷ୍ପତ୍ତିି ସମ୍ପର୍କରେ ପୋଷ୍ଟର ମଧ୍ୟ ମରାଯାଇଛି।ଏ ପ୍ରକାର ନିଷ୍ପତ୍ତିକୁ ସମର୍ଥନ କରି ସରପଞ୍ଚ ହାକମ୍‌ ସିଂହ କହିଛନ୍ତି ଯେ ପଡୋଶୀରେ ରହୁଥିବା ପ୍ରେମୀଯୁଗଳ ବିବାହ କରିବା ପରେ ଝିଅର ଜେଜେ ଆସି ଏ ପ୍ରକାର ଏକ ସଂକଳ୍ପ ଗ୍ରହଣ କରିବା ପାଇଁ ଅଡ଼ି ବସିଥିଲେ । ନଚେତ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ସେହିପରି ଗାଁ ମୁଖିିଆ କହିଛନ୍ତି ଯେ ଏହା ଖାପ୍‌ ପଞ୍ଚାୟତ ପରି ନୁହେଁ, ଏପରିକି ଏ ନେଇ ସମ୍ପୃକ୍ତ ଦମ୍ପତିଙ୍କ ୁକୌଣସି ଆକ୍ରମଣ କରାଯାଇ ନାହିଁ। କେବଳ ଅପସଂସ୍କୃତିକୁ ରୋକିବା ପାଇଁ ସାମାଜିକ ବାସନ୍ଦ କରାଯାଇଛି।

ଝିଅର ସମ୍ପର୍କୀୟ ମାନେ କହିଛନ୍ତି ଯେ ଝିଅଟି ପଡୋଶୀ ଘରର ଏକ ପୁଅ ସାଙ୍ଗରେ ଫେରାର ହୋଇଯିବା ପରେ ସେମାନେ ପୁଲିସ ପାଖକୁ ଯାଇଥିଲେ। ମାତ୍ର ପରଦିନ ଏହି ପ୍ରେମୀଯୁଗଳ ଲୁଧିଆନାର ଏକ କୋର୍ଟରେ ବିବାହ କରିନେଇଥିଲେ। ତେବେ ପଞ୍ଚାୟତର ନିଷ୍ପତ୍ତି ନେଇ ପଞ୍ଚାୟତ ରେଜିଷ୍ଟାରରେ କୌଣସି ସଂକଳ୍ପ ଲେଖା ହୋଇ ନାହିଁ ବୋଲିି ଜିଲ୍ଲା ପଞ୍ଚୟତ ଅଧିକାରୀ କହିଛନ୍ତି। ଆଇନତଃ ଏହା ଗ୍ରହଣୀୟ ନୁହେଁ ବୋଲି କୁହାଯାଉଥିଲେ ମଧ୍ୟ କେତେ ଦୂର ଗାଁ ଲୋକେ ଏ ପ୍ରକାର ନିଷ୍ପତ୍ତିିକୁ କାର୍ଯ୍ୟକାରୀ କରି ପାରିବେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସରପଞ୍ଚ ହାକମ୍‌ ସିଂହ କହିଛନ୍ତି, ସେମାନେ ପ୍ରେମ ବିବାହ ବିରୋଧରେ ନାହାଁନ୍ତି। କିନ୍ତୁ ନିଜ ଗାଁରେ ଓ ନିଜ ପଡୋଶୀ, ସମ୍ପର୍କୀୟଙ୍କ ମଧ୍ୟରେ ପ୍ରେମ ବିବାହ ଏକ ଅପସଂସ୍କୃତି ହୋଇ ଥିବାରୁ ଏହାକୁ ବିରୋଧ କରାଯାଇଛି।

ସମ୍ବନ୍ଧିତ ଖବର