ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ସର୍ଭେ ଆପଣଙ୍କୁ ଚକିତ କରିଦେବ। ଭାରତୀୟମାନେ ଆତଙ୍କବାଦୀମାନଙ୍କଠାରୁ ମ୍ୟାନ୍ହୋଲ୍କୁ ବେଶି ଭୟ କରିବା ଉଚିତ। କାହିଁକି ନା, ଆତଙ୍କବାଦ୍ ଆକ୍ରମଣରେ ଯେତିକି ମୃତ୍ୟୁ ଘଟୁଛି ଦେଶରେ ଥିବା ମ୍ୟାନ୍ହୋଲ୍ରେ ତା’ଠାରୁ ଯଥେଷ୍ଟ ବେଶି ମୃତ୍ୟୁ ଘଟୁଥିବାର ଦେଖିବାକୁ ମିଳୁଛି। ଦେଶରେ ବିଚାଲିଛି ମ୍ୟାନହୋଲ୍ ମୃତ୍ୟୁ ସଂଖ୍ୟା।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୦୧୭ ମସିହାରେ ମ୍ୟାନହୋଲ୍ ମୃତ୍ୟୁ ସଂଖ୍ୟା ୩୫୯୭କୁ ଛୁଇଁଛି। ଏ ନେଇ ତଥ୍ୟ କହୁଛି ୨୦୧୬ ମସିହାଠାରୁ ଏହା ୫୦ ପ୍ରତିଶତ ଅଧିକ। ୨୦୧୬ ମସିହାରେ ସମୁଦାୟ ୨୩୨୪ ଜଣ ବ୍ୟକ୍ତିଙ୍କର ମ୍ୟାନହୋଲରେ ପଡ଼ିବା କାରଣରୁ ମୃତ୍ୟୁ ଘଟିଥିଲା।
ସେହିପରି ୨୦୧୭ ମସିହାରେ ଉତ୍ତର ପ୍ରଦେଶରେ ୯୮୭ଜଣ, ମହାରାଷ୍ଟ୍ରରେ ୭୨୬ଜଣ, ହରିଆଣାରେ ୫୨୨ଜଣ ଓ ଗୁଜରାଟରେ ୨୨୮ଜଣ ବ୍ୟକ୍ତି ଡ୍ରେନ୍ ଖାଲରେ ପଡ଼ି ପ୍ରାଣ ହରାଇଛନ୍ତି। ସେହିପରି ୨୦୧୬ମସିହାରେ ମ୍ୟାନ୍ହୋଲ ମୃତ୍ୟୁରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଥିଲା ଓ ଏହି ବର୍ଷ ୨୦୧୮ଜଣ ବ୍ୟକ୍ତି ଓଡ଼ିଶାରେ ପ୍ରାଣ ହରାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ମସିହାରେ ଦେଶରେ ଆତଙ୍କବାଦ ଜନିତ ମୃତ୍ୟୁ ସଂଖ୍ୟା ୮୦୩ ଥିଲା। ଯାହାକି ମ୍ୟାନହୋଲ୍ ମୃତ୍ୟୁ ସଂଖ୍ୟାଠାରୁ ତୁଳନାତ୍ମକ ଭାବେ କମ।