ନୋଟ୍‌ ୫ ଖଣ୍ଡ ହୋଇଯାଇଥିଲେ ମଧ୍ୟ ବ୍ୟାଙ୍କ୍‌ ନେବାକୁ ବାଧ୍ୟ, ଜାଣନ୍ତୁ ଫଟା ନୋଟ୍‌ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କର କ’ଣ ରହିଛି ନିୟମ

ଯଦି ଆପଣଙ୍କ ପାଖରେ ଚିରା ଫଟା କିମ୍ବା ଖଣ୍ଡ ହୋଇଯାଇଥିବା ନୋଟ୍‌ ଅଛି, ତା’ହେଲେ ଅତି ସହଜରେ ଏହାକୁ ଆପଣ ବ୍ୟାଙ୍କ୍‌ରେ ବଦଳାଇ ପାରିବେ। ଏସବୁ ଆପଣଙ୍କୁ ବଦଳାଇବା ପାଇଁ ମନା କରି ପାରିବ ନାହିଁ ବ୍ୟାଙ୍କ୍‌। ଏ ନେଇ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଅନେକ ନିୟମ ରହିଛି। ପୁଣି ଏପରି କିଛି ନୋଟ୍‌ ରହିଛି ଯାହା ବ୍ୟାଙ୍କ୍‌ ନେବାକୁ ମନା କରି ପାରିବ। ଜାଣନ୍ତୁ କ’ଣ ରହିଛି ଆର୍‌ବିଆଇର ନିୟମ ଓ ଆପଣ କେଉଁ ନୋଟ୍‌ କେମିତି ବଦଳାଇ ପାରିବେ।

ଯେଉଁ ନୋଟ୍‌ ମଇଳା ହୋଇଯାଇଥିବ ତାହା ଆପଣ ବଦଳାଇ ପାରିବେ
ନୋଟ୍‌ ଫାଟି ଯାଇଥିବ କିମ୍ବା ଯୋଡ଼ା ହୋଇଥିବ, କିନ୍ତୁ ସେଥିରେ ସମ୍ପୂର୍ଣ୍ଣ ବିବରଣୀ ଦେଖାଯାଉଥିବ।

ଯଦି କୌଣସି ନୋଟ୍‌ ଦୁଇ ଭାଗ ହୋଇ ଯାଇଥିବ ତାହାକୁ ମଧ୍ୟ ବ୍ୟାଙ୍କ୍‌ ବଦଳାଇବ
ନୋଟ୍‌ ବଦଳାଇବା ପାଇଁ ବ୍ୟାଙ୍କ୍‌ରେ ଆପଣଙ୍କ ଆକାଉଣ୍ଟ୍‌ ଥିବା ଜରୁରୀ ନୁହେଁ
ଏହା ସହ ଆର୍‌ବିଆଇରେ ମଧ୍ୟ ଆପଣ ନୋଟ୍‌ ବଦଳାଇ ପାରିବେ

ଯଦି ଆପଣଙ୍କ ବ୍ୟାଙ୍କ୍‌ରେ ଆକାଉଣ୍ଟ୍‌ ଅଛି ତା’ହେଲେ ଆପଣ ଚାହିଁଲେ ନୋଟ୍‌ ନ ବଦଳାଇ ଆକାଉଣ୍ଟ୍‌ରେ ଜମା ମଧ୍ୟ କରିପାରିବେ।

ଆପଣ ବ୍ୟାଙ୍କ୍‌କୁ ଦେଇଥିବା ଖରାପ ନୋଟ୍‌ ବ୍ୟାଙ୍କ୍‌ ପୁଣି ଥରେ ଗ୍ରାହକଙ୍କୁ ଦେଇ ନ ଥାଏ।

 

ଗୋଟିଏ ଦିନରେ କେତେ ନୋଟ୍‌ ବଦଳାଇ ପାରିବେ
ଆର୍‌ବିଆଇ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଦିନକରେ ୨୦ଟି ନୋଟ୍‌ କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଇ ପାରିବ। କିନ୍ତୁ ଯଦି ଆପଣଙ୍କୁ ଏହାଠୁ ଅଧିକ ବଦଳାଇବାର ଅଛି ତା’ହେଲେ ବ୍ୟାଙ୍କ୍‌ର ନିୟମ ଅନୁସାରେ ଦେୟ ପୈଠ କରି ବଦଳାଇ ପାରିବେ।

ଯଦି କୌଣସି ନୋଟ୍‌ ୫ ଖଣ୍ଡ ହୋଇଯାଇଛି
ଯଦି କୌଣସି ନୋଟ୍‌ ୫ ଖଣ୍ଡ ହୋଇଯାଇଛି, ତା’ହେଲେ ଏହାକୁ କେବଳ ନନ୍‌-ଚେଷ୍ଟ୍‍ ବ୍ରାଞ୍ଚ୍‌ମାନଙ୍କରେ ବଦଳାଇ ପାରିବେ। ବ୍ରାଞ୍ଚ୍‌ରେ ଥିବା ଏହାର ସମ୍ବନ୍ଧିତ କର୍ମକର୍ତ୍ତା ଏମିତି ନୋଟ୍‌ଗୁଡ଼ାକୁ ଯୋଡ଼ିବାକୁ ଚେଷ୍ଟା କରିବେ ଓ ତା’ପରେ ବଦଳ କରିବେ। କିନ୍ତୁ ଯଦି ସେ ଯୋଡ଼ିପାରିବେ ନାହିଁ ତା’ହେଲେ ଏହି ନୋଟ୍‌ଗୁଡ଼ିକୁ କରେନ୍‌ସି ଚେଷ୍ଟ୍‍କୁ ପଠାଯାଇଥାଏ। ଏମିତିରେ ବ୍ୟକ୍ତିଙ୍କୁ ପୁରୁଣା ବଦଳରେ ନୂଆ ନୋଟ୍‌ ୩୦ ଦିନ ମଧ୍ୟରେ ମିଳିଥାଏ।

ଯଦି ନୋଟ୍‌ ୫ରୁ ଅଧିକ ଖଣ୍ଡ ହୋଇଥିବା ତା’ହେଲେ ଏହାକୁ କରେନ୍‌ସି ଚେଷ୍ଟ୍‍କୁ ପଠାଯାଇଥାଏ।

 

ବ୍ୟାଙ୍କ୍‌ ମନା କରିଲେ ଲାଗିବ ଫାଇନ୍‌
ଯଦି ବ୍ୟାଙ୍କ୍‌ ଆପଣଙ୍କ ଫଟା, ମଇଳା କିମ୍ବା ରଙ୍ଗ ଲାଗିଥିବା ନୋଟ୍‌ ନେବାକୁ ମନା କରେ ତା’ହେଲେ ଆର୍‌ବିଆଇ ଅନୁସାରେ ବ୍ୟାଙ୍କ୍‌ ଉପରେ ଆକ୍‌ସନ୍‌ ନିଆଯିବ। ଏମିତିରେ ତାଙ୍କ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ।

କେମିତି ନୋଟ୍‌ ବଦଳାଇ ପାରିବେ ନାହିଁ
ଯଦି କୌଣସି ନୋଟ୍‌ରେ ରାଜନୈତିକ ସ୍ଲୋଗାନ୍‌ ଲେଖା ହୋଇଥିବ କିମ୍ବା ଅତି ଖରାପ ଭାବେ ଜଳି ଯାଇଥିବ, ବା ଦୁଇଟି ନୋଟ୍‌କୁ ଯୋଡ଼ା ଯାଇଥିବ, ତା’ହେଲେ ଏମିତି ନୋଟ୍‌କୁ ବ୍ୟାଙ୍କ୍‌ ନେବ ନାହିଁ। ଆର୍‌ବିଆଇ ଅନୁସାରେ ଏମିତି ନୋଟ୍‌ ରଦ୍ଦ ହୋଇଯିବ ଓ ଏହା କେବଳ ରଦି କାଗଜ ବନିଯିବ। ଏହା ସହ ଯଦି କୌଣସି ନୋଟ୍‌କୁ ଜାଣିବୁଝି ଫଡ଼ା ଯାଇଛି, ତା’କୁ ମଧ୍ୟ ବଦଳାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର