ଆପଣ ଜାଣନ୍ତି କି ‘ଅତି ଅଲାଜୁକ ନାଚିଯାଏ, ଅତି ପୋଡ଼ାମୁହାଁ ଗୀତ ଗାଏ’ର ଅର୍ଥ କ’ଣ?

ବହୁ ପ୍ରାଚୀନ କାଳରୁ ଅନେକଗୁଡ଼ିଏ ରୁଢ଼ି, ଲୋକକଥା, ଢ଼ଗଢ଼ମାଳି ଆଦି ରହିଯାଇଛି। ଯାହାର ଇତିହାସ ଖୋଜିବା କଷ୍ଟ, ମାତ୍ର ସେ ସବୁ ଆଜି ବି ଆମ ଦୈନନ୍ଦିନ ଜୀବନରେ ଅନେକ ଗୁରୁତ୍ୱ ରଖନ୍ତି। ଲିଖିତ ସାହିତ୍ୟରୁ ନେଇ କଥିତ ସାହିତ୍ୟ ପର୍ଯ୍ୟନ୍ତ କେଉଁଠି ନା କେଉଁଠି ଏପରି କିଛି କଥା ଆମେ ବ୍ୟବହାର କରିଥାନ୍ତି। କହିବାକୁ ଗଲେ ଯଦି ଏପରି କିଛ ରସାତ୍ମକ କଥା ଓଡ଼ିଆ ସାହିତ୍ୟ ସହ ଯୋଡ଼ି ହୋଇନଥାନ୍ତା ବୋଧ୍‌ହୁଏ ଓଡ଼ିଆ ସାହିତ୍ୟ ଆପେକ୍ଷାକୃତ ଦୁର୍ବଳ ହୋଇଥାନ୍ତା।

ଏହି ରୂଢ଼ିଗୁଡ଼ିକ ବିଷୟରେ ଜାଣିଲେ ଭାଷା ସାହିତ୍ୟ ଉପରେ ଆମର ଦକ୍ଷତା ଆସିବା ସହ ବିଭିନ୍ନ ପରିସ୍ଥିତିକୁ ଖୁବ୍‌ ସହଜରେ ବୁଝିବା ସମ୍ଭବ ହୋଇପାରିବ। ଏସବୁ ରସାତ୍ମକ ଭାବେ ଶିକ୍ଷା ପ୍ରଦାନ କରନ୍ତି। ବିଶେଷ କଷ୍ଟ କରିବାକୁ ପଡ଼େ ନାହିଁ, ମାତ୍ର ବହୁତ କିଛି ଏପରି ରୂଢ଼ି ଓ ଲୋକକଥା ଜରିଆରେ ଶିଖିବା ସହଜ ହୋଇଥାଏ।

ଛୋଟ ବାକ୍ୟଟିରୁ ବେଳେ ବେଳେ ବଡ଼ ବଡ଼ କଥା ସଂପର୍କରେ ଜାଣିବାକୁ ମିଳେ। ଆମ ଓଡ଼ିଆରେ ଅଗଣିତ ରୂଢ଼ି ରହିଛି। ଏହି ରୂଢ଼ିର ପ୍ରୟୋଗ କେବଳ ସାହିତ୍ୟକୁ ମଜ୍‌ବୁତ କରେ ନାହିଁ, ବରଂ ଦୈନନ୍ଦିନ ଜୀବନରେ ବି ଏହାର ଖୁବ୍‌ ପ୍ରଭାବ ରହିଛି।

ତେବେ ଆସନ୍ତୁ ଆମେ ଆଜି ଜାଣିବା ‘ଅତି ଅଲାଜୁକ ନାଚିଯାଏ, ଅତି ପୋଡ଼ାମୁହାଁ ଗୀତ ଗାଏ’ର ଅର୍ଥ କ’ଣ?
ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତି କୌଣସି ବି ପରିସ୍ଥିତିରେ ନିଜକୁ ଠିକ୍‌ ବୋଲି ଭାବିବା। ଯାହାକୁ ଲାଜ ନଥାଏ। ଯିଏ ଅଲାଜୁକ ହୋଇଥାନ୍ତି ସେ ପ୍ରତିକୂଳ ପରିସ୍ଥିତିରେ ବି ନାଚିଯାନ୍ତି। ସେହିପରି ଯାହା ମୁହଁ ପୋଫଡ଼ିଯିବା ସହ ସମାନ। ଯାହାର ମାନସସମ୍ମାନ ବୋଲି କିଛି ନଥାଏ ସେ କୌଣସି ବି ପରିସ୍ଥିତିରେ ଗୀତ ଗାଇପାରନ୍ତି। ଖାଲି ନିଜ ଭୁଲ୍‌ ଅଣଦେଖା କରିବା ନୁହେଁ, ଏ ଶ୍ରେଣୀର ଲୋକ ଭୁଲ୍‌ ପରିସ୍ଥିତିରେ ବି ଆନନ୍ଦିତ ହୁଅନ୍ତି।

ସମ୍ବନ୍ଧିତ ଖବର