ଏଠାରେ ୧୩.୭୫ ଟଙ୍କା ବିନିମୟରେ ଭଡ଼ାରେ ମିଳନ୍ତି ଗର୍ଲଫ୍ରେଣ୍ଡ

ହୁଆନ : ବର୍ତ୍ତମାନର ଯୁଗରେ ସମସ୍ତଙ୍କ ଜୀବନରେ ଜଣେ ସାଥି କିମ୍ବା ଗର୍ଲଫ୍ରେଣ୍ଡର ଆବଶ୍ୟକତା ରହିଛି। ଏପରିକି କିଛି ଜଣଙ୍କୁ ଏହି ସୁଖ ମିଳିଥିବା ବେଳେ ଅନେକଙ୍କୁ ଏହି ସୁଖ ମିଳିନଥାଏ । ତେବେ ଯେଉଁମାନଙ୍କ ଜୀବନରେ ଗର୍ଲଫ୍ରେଣ୍ଡର ଅଭାବ ଅଛି ସେମାନଙ୍କ ପାଇଁ ଖୁସି ଖବର। ଦକ୍ଷିଣ ଚାଇନାର ହୁଆନ ସହରରେ ଏପରି ଏକ ସପିଂଙ୍ଗମଲ ରହିଛି ଯେଉଁଠାରେ ଆପଣଙ୍କୁ ଗର୍ଲଫ୍ରେଣ୍ଡ ଭଡ଼ାରେ ମିଳିବେ । ତେବେ ଏଥିପାଇଁ ସେମାନଙ୍କର କିଛି ସର୍ତ୍ତ ରହିଛି ଆସନ୍ତୁ ଜାଣିବା ସେ ବିଷୟରେ ।

Inkhabar

ହୁଆନ ସହରର ସପିଂଙ୍ଗମଲରେ ଧାଡ଼ି ହୋଇ ଠିଆ ହୋଇଥାନ୍ତି ସୁନ୍ଦରୀ ମହିଳା । ଆପଣ ସେମାନଙ୍କ ମଧ୍ୟରୁ ଯାହାକୁ ପସନ୍ଦ କରିବେ ମାତ୍ର ୧୩.୭୫ ଟଙ୍କା ବିନିମୟରେ ତାଙ୍କୁ ଗର୍ଲଫ୍ରେଣ୍ଡ କରି ତାଙ୍କ ସହିତ ୨୦ ମିନିଟ ସମୟ ବିତାଇ ପାରିବେ । କିନ୍ତୁ ଏହାର ଏକ ସର୍ତ୍ତ ରହିଛି । ଏହି ସମୟରେ ଆପଣ ମହିଳାଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଏହି ସମୟରେ ଆପଣ ମହିଳାଙ୍କ ସହିତ ସପିଂଙ୍ଗ କରିପାରିବେ ତାଙ୍କୁ ବୁଲେଇବା ପାଇଁ ନେଇ ପାରିବେ କିନ୍ତୁ ସ୍ପର୍ଶର୍ କରିପାରିବେ ନାହିଁ ।

ସମ୍ବନ୍ଧିତ ଖବର