ହଠାତ୍‌ ହୃଦ୍‌ଘାତର ଶିକାର ହେବାରୁ ୨କି.ମି ବୃଦ୍ଧଙ୍କୁ କାନ୍ଧରେ ବୋହିଲେ ପୁଲିସ କର୍ମଚାରୀ

ଆଗ୍ରା: ଉତ୍ତରପ୍ରଦେଶରେ ଜଣେ ପୁଲିସ କର୍ମଚାରୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଥିବା ଗଙ୍ଗୋତ୍ରୀ ଧାମକୁ ଜଣେ ଯାତ୍ରୀ ବୁଲିବାକୁ ଆସିଥିବା ବେଳେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେଠାରେ ଅଧିକ ଯାତ୍ରୀ ଥିବାରୁ ଚିକିତ୍ସା କରିବା ସମ୍ଭବ ହୋଇ ପାରି ନଥିଲା । ଠିକ୍‌ ସେହି ସମୟରେ ଯାତ୍ରୀମାନଙ୍କ ପାଟି ଶୁଣି ସେଠାରେ ପହଞ୍ଚିଥିଲେ ଜଣେ ପୁଲିସ କର୍ମଚାରୀ । ଘଟଣା ସଂପର୍କରେ ଜାଣି ଚିକିତ୍ସା ପାଇଁ ଘଟଣାସ୍ଥଳରେ କୌଣସି ସୁବିଧା ନଥିବାରୁ ପୀଡ଼ିତଙ୍କୁ କାନ୍ଧରେ ପକାଇ ୨କି.ମି ଦୂରରେ ଥିବା ଡ଼ାକ୍ତରଖାନାରେ ନେଇ ପହଞ୍ଚିଥିଲେ ସଂପୃକ୍ତ ପୁଲିସ୍‌ କର୍ମଚାରୀ । ଚିକିତ୍ସା ପରେ ବୃଦ୍ଧଙ୍କୁ ହୃଦ୍‌ଘାତ ହୋଇଥିବାର ଜଣା ପଡ଼ିଥିଲା ।

Latestly

ଆଉ ଟିକିଏ ବିଳମ୍ବ ହୋଇଥିଲେ ପୀଡ଼ିତ ଜଣକ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ ବୋଲି ଡ଼ାକ୍ତର ଜଣାଇଥିଲେ । ପୁଲିସ କର୍ମଚାରୀଙ୍କ ଏହି ପ୍ରୟାସ ବିଷୟରେ ଚାରିଆଡ଼େ ଚର୍ଚ୍ଚା ହେବା ପରେ ଏବେ ସମସ୍ତେ ତାଙ୍କ କାମକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ସାରା ଦେଶରେ ପୁଲିସକୁ ନେଇ ଲୋକମାନଙ୍କ ମନରେ କିଛି ଅଲଗା ଧାରଣା ରହିଥିବା ବେଳେ ଏହି ଖବର ପ୍ରକାଶ ପରେ ସମସ୍ତଙ୍କ ଧାରଣାରେ ପରିବର୍ତ୍ତନ ଦେଖା ଦେଇଛି । ସମସ୍ତ ପୁଲିସ୍‌ କର୍ମଚାରୀଙ୍କୁ ଏପରି ହେବା ଦରକାର ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର