୪୦ ବର୍ଷ ଧରି ଚେନ୍ନାଇର ଦରିଦ୍ରଙ୍କ ସେବା କରୁଥିବା ଦୁଇଟଙ୍କିଆ ଡାକ୍ତର
ସମ୍ପ୍ରତି ଦୁନିଆରେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପାଇବା ଅନେକଙ୍କ ପାଇଁ ଏକ ଦୂରନ୍ତ ସ୍ୱପ୍ନ ହୋଇଥିବା ବେଳେ ଚେନ୍ନାଇର ଜଣେ ୬୭ ବର୍ଷିୟ ଡାକ୍ତର ୧୯୭୩ ମସିହାରୁ ମାତ୍ର ୨ ଟଙ୍କା ଫି’ ନେଇ ରୋଗୀ ସେବା କରି ଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟାସସର୍ପଦି ଠାରେ ଜନ୍ମିତ ଏବଂ ଲାଳିତ ପାଳିତ ହୋଇ ସୁଦ୍ଧା ୨୦୧୫ ମସିହା ବନ୍ୟାରେ ସର୍ବସ୍ୱ ହରାଇ ପଡ଼ିଶା ଅଞ୍ଚଳକୁ ଚାଲିଯାଇଥିବା ଏ ବ୍ୟକ୍ତିଙ୍କ ଜୀବନ ସଂଗ୍ରାମ କଳ୍ପନା କରିବା କଷ୍ଟ। କିନ୍ତୁ ସେ ୧୯୭୩ ମସିହାରୁ ସେହି ଅଞ୍ଚଳରେ ଥିବା ନିଜ ଡାକ୍ତରଖାନାରେ ନିଜର ସେବା ବଜାୟ ରଖିଛନ୍ତି।
ଏରୁକାନ୍ଚେରୀସ୍ଥିତ ଏକ କ୍ଲିନିକ୍ରେ ବରିଷ୍ଠ ଡାକ୍ତର ଜଣକ ଦୈନିକ ସନ୍ଧ୍ୟା ୮ଟାରୁ ରାତି ୧୦ଟା ଯାଏଁ ରୋଗୀ ଦେଖନ୍ତି। ରାତି ୧୦ଟାରୁ ରାତି ଅଧ କି, ତା’ ପରେ ଯାଏଁ ସେ ବ୍ୟସର୍ପଦିରେ ଥିବା ଅଶୋକସ୍ତମ୍ଭ ନିକଟରେ ଆହୁରି ଅଧିକ ରୋଗୀ ଦେଖନ୍ତି।
ମାଡ୍ରାସ୍ ମେଡିକାଲ୍ କଲେଜ୍ରେ ତାଙ୍କର ତାଲିମ୍ ତାଙ୍କୁ କୁଷ୍ଠରୋଗୀମାନଙ୍କର କ୍ଷତ ପରିଚ୍ଛନ କରି ପଟି ବାନ୍ଧିବା ଶିଖାଇଛି। ସାଧାରଣତଃ, ଯଥେଷ୍ଟ ଉପକରଣ ଏବଂ ସତର୍କତା ନ ଥିଲେ ଅଧିକାଂଶ ଡାକ୍ତର ଏ କାମ କରିବାକୁ ଦ୍ୱିଧା ବୋଧ କରନ୍ତି।
ସ୍ନେହରେ ଦୁଇ ଟଙ୍କିଆ ଡାକ୍ତର ବୋଲି କୁହାଯାଉଥିବା ଏ ବ୍ୟକ୍ତି ଜଣକ ଷ୍ଟେନ୍ଲି ମେଡିକାଲ୍ କଲେଜ୍ରୁ ଏମ୍ବିବିଏସ୍ ସମାପନ କରି ବ୍ୟାସର୍ପଦିବାସୀଙ୍କଠାରୁ ମାତ୍ର ୨ଟଙ୍କା ଗ୍ରହଣ କରି ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ଆପଣା ରୋଗୀମାନଙ୍କ ଚାପରେ ବଶବର୍ତ୍ତୀ ହୋଇ ଫି’ ବାବଦରେ ୫ ଟଙ୍କା ଗ୍ରହଣ କରିଥିଲେ।
ତାଙ୍କ ନିସ୍ୱାର୍ଥ ସେବାର ଖବର ଅରଣ୍ୟାଗ୍ନି ପରି ବ୍ୟାପି ଯାଇଥିଲା ଏବଂ ଆଖପାଖର ବହୁ ଡାକ୍ତର ଏକତ୍ର ହୋଇ ଦାବି କରିଥିଲେ ଯେ ସେ ବ୍ୟକ୍ତିଙ୍କୁ ପରାମର୍ଶ ବାବଦରେ ଅନ୍ୟୂନ ୧୦୦ ଟଙ୍କା ମିଳୁ।
କିନ୍ତୁ ନିଜ ବୁଦ୍ଧିମତା କୌଶଳରେ ତିରୁଭେଙ୍ଗଦମ୍ ତୁରନ୍ତ ଏପରି ଦାବିର ଜବାବ ଦେଇଥିଲେ। ସେ ରୋଗୀମାନଙ୍କୁ ଆଦୌ ଫି’ କଥା କହିଲେ ନାହିଁ। ରୋଗୀମାନେ ଯାହା ଦେବାକୁ ସମର୍ଥ କେବଳ ତାହାହିଁ ଗ୍ରହଣ କରିବାକୁ ସେ ନିଷ୍ପତ୍ତି ନେଲେ। ସେ ଖାଇବା ସମାଗ୍ରୀ ହେଉ କି, ଜଳଖିଆ ହେଉ ତା’ରି ପ୍ରଦିଦାନରେ ସେ ରୋଗୀ ଦେଖିଲେ। ଅଧିକାଂଶ ସମୟରେ ସେ ଆଦୌ କିଛି ଗ୍ରହଣ କରନ୍ତି ନାହିଁ।
ତାଙ୍କ ବ୍ୟାଚ୍ମେଟ୍ ଏବଂ ସମସାମୟିକମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ କିଂବା ଘରୋଇ ଡାକ୍ତରଖାନାମାନଙ୍କରେ କାର୍ଯ୍ୟ କରି ସପରିବାର ବିଦେଶରେ ବସବାସ କରୁଥିବାବେଳେ ତାଙ୍କର ଦୃଷ୍ଟି ଭଙ୍ଗୀ ସମ୍ପୂର୍ଣ୍ଣ ଭିନ୍ନ।
ବ୍ୟାସର୍ପଦିର ବସ୍ତି ବାସିନ୍ଦାଙ୍କ ପାଇଁ ସେ ଏକ ଡାକ୍ତରଖାନା ତୋଳିବାର ସ୍ୱପ୍ନ ଦେଖିଛନ୍ତି ଏବଂ ଶେଷ ନିଶ୍ୱାସ ଥିବା ଯାଏଁ ସେମାନଙ୍କର ସେବା କରିବାକୁ ତାଙ୍କର ଇଚ୍ଛା। ତାଙ୍କ ପରିବାର ବୋଇଲେ ରେଳବାଇ ଅଧିକାରୀରୂପେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପତ୍ନୀ ସରସ୍ୱତୀ, ମରିସସ୍ରେ ମେଡିସିନ୍ରେ ତାଲିମ୍ ନେଇଥିବା ଟି ପ୍ରୀତି ଏବଂ ଟି ଦୀପକ ନାମରେ ଦୁଇ ପିଲା।