ଗରମ ଓ ଥଣ୍ଡା ସମସ୍ୟାରୁ ମିଳିବ ମୁକ୍ତି : ଗରମ ଦିନରେ ଶରୀରକୁ ଥଣ୍ଡା ଓ ଶୀତ ଦିନରେ ଗରମ ଅନୁଭୂତ କରାଇବ ଏହି କପଡା!

ପ୍ରବଳ ଗରମ ଓ ଥଣ୍ଡା ସମସ୍ୟାରୁ ଖୁବ୍‌ଶୀଘ୍ର ମିଳିବ ମୁକ୍ତି। ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଏକ ଟିମ୍ ଏମିତି କପଡା ତିଆରି କରିଛନ୍ତି, ଯାହା ପାଣିପାଗ ଅନୁସାରେ, ଆପଣଙ୍କ ଶରୀରର ତାପମାତ୍ରା ବଦଳାଇ ଆପଣଙ୍କ ଶରୀରକୁ ଆଶ୍ୱସ୍ତି ଦେବ । ଏହି କପଡା ଗରମ ଦିନରେ ଶରୀରକୁ ଥଣ୍ଡା ଓ ଶୀତ ଦିନରେ ଗରମ ଅନୁଭୂତ କରାଇବ।

ସୂଚନାଯୋଗ୍ୟ, ଏହି କପଡା ଦେଖିବାକୁ ସାଧାରଣ ଉଲ୍ କପଡା ଭଳି, କିନ୍ତୁ ଏହାର ବିଶେଷତ୍ୱ ଏହା ଯେ, ଏଥିରେ ନାନୋଟ୍ୟୁବ ଲଗାଯାଇଛି । ଯାହା ପାଣିପାଗ ମୁତାବକ ତାପମାତ୍ରା ବଦଳାଇ ଶରୀରକୁ ଆଶ୍ୱସ୍ତି ଦେବ । ଏହି କପଡା ତିଆରି କରୁଥିବା ଟିମଙ୍କ କହିବାନୁସାରେ, ସେମାନେ ଏହି କପଡା ପାଣିପାଗର ପରିବର୍ତ୍ତନକୁ ଧ୍ୟାନରେ ରଖି ତିଆରି କରାଯାଇଛି । ଯଦ୍ୱାରା ଲୋକମାନଙ୍କୁ ପ୍ରତ୍ୟେକ ପାଣିପାଗରେ ଯେଉଁ ଭିନ୍ନ ଭିନ୍ନ କପଡା କିଣିବାର ଅସୁବିଧା ହୋଇଥାଏ ତା’ଠାରୁ ମୁକ୍ତି ପାଇପାରିବେ । ଏହି କପଡାର ମୂଲ୍ୟ ୫ ଡଲାର(୩୫୦ ଟଙ୍କା) ପର୍ଯ୍ୟନ୍ତ ହେବାର ଆଶା କରାଯାଉଛି ।

ଏହା ପ୍ରଥମ ଥର ନୁହେଁ, ଏଭଳି କପଡା ପୂର୍ବରୁ ମଧ୍ୟ ତିଆରି କରାଯାଇସାରିଛି । କିନ୍ତୁ ଏହା କେବଳ ସ୍ପୋର୍ଟସ ପୋଷାକରେ ଆସେ । କିନ୍ତୁ ଏବେ ପ୍ରତିଦିନ ବ୍ୟବହାର କରାଯାଉଥିବା କପଡାରେ ଏହାର ବ୍ୟବହାର ହେବ । ଏହି କପଡା ଜରିଆରେ ବ୍ୟକ୍ତିିର ଶରୀରର ତାପମାତ୍ରା ୩୫% ପର୍ଯ୍ୟନ୍ତ ମ୍ୟାନେଜ୍ ହୋଇପାରିବ । ଯଦ୍ୱାରା ଥଣ୍ଡା ଓ ଗରମର ଅନୁଭବକୁ ମଧ୍ୟ କମ୍ କରାଯାଇପାରିବ । ଏପର୍ଯ୍ୟନ୍ତ ଯେତେ ବି କପଡା ଆସିଛି, ସେଥିରେ ମାତ୍ର ୫% ହିଁ ଶରୀରର ତାପମାତ୍ରାକୁ ମ୍ୟାନେଜ୍ କରିବାର କ୍ଷମତା ରହିଛି ।

ସମ୍ବନ୍ଧିତ ଖବର