ଗୋଟିଏ ହେଲେ ବି ଝିଅ ନାହିଁ! ୨୦ ବର୍ଷ ଭିତରେ ୧୪ଟି ଶିଶୁ ପୁତ୍ରର ଜନକ-ଜନନୀ ସାଜି ଚର୍ଚ୍ଚାରେ ଦମ୍ପତି

ମହାଭାରତରେ କୌରବ ଶହେ ଭାଇ ଥିଲେ। ଜଣେ ଦମ୍ପତିଙ୍କର ଲଗାତର ଭାବେ ଗୋଟାଏ ପରେ ଗୋଟାଏ ପୁତ୍ର ସନ୍ତାନ ଜନ୍ମ ହେବା ଘଟଣା ସେ ସମୟରେ ବି ଚର୍ଚ୍ଚା ପାଲଟିଥିଲା। ଆଜି ବି ଦେଖିବାକୁ ମିଳୁଛି ସମାନ ଉଦାହରଣ। ଜଣେ ମହିଳା ନିକଟରେ ତାଙ୍କର ୧୪ ନମ୍ବର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜନ୍ମ କରିଥିବା ସମସ୍ତ ସନ୍ତାନ ପୁଅ।

 

ଜୟ ଏବଂ କଟେରି ନାମକ ଏହି ଦମ୍ପତି ଲଗାତର ପୁତ୍ର ସନ୍ତାନ ଜନ୍ମ ଦେବା ପରେ ସେ ଏବେ ଏକ ଅନ୍ତର୍ଜାଜୀୟ ଖବର ପାଲଟି ଯାଇଛନ୍ତି। ବୁଧବାର ଦିନ ସେମାନଙ୍କ ଉଦରରୁ ୮ ପାଉଣ୍ଡ୍‌ର ଏକ ପିଲା ଜନ୍ମ ନେଇଛି। ସେମାନଙ୍କର ସବୁଠାରୁ ବଡ଼ ପୁଅର ବୟସ ୨୦ ବର୍ଷ। ସେ ଏବେ ବିଦେଶରେ ରହୁଥିଲେ ବି ବାସ୍ତବରେ ଦମ୍ପତି ହେଉଛନ୍ତି ଭାରତୀୟ ବୋଲି ଜାଣିବାକୁ ମିଳିଛି। ଏହି ୧୪ ନମ୍ବରର ପୁତ୍ର ସନ୍ତାନ ଜନ୍ମ ଦେଇ ଉଭୟ ବାପାମାଆ ବେଶ୍‌ ଖୁସି ଥିବା ଗଣମାଧ୍ୟମରେ କହିଛନ୍ତି।

(ବି.ଦ୍ର: ଭାରତରେ ଏବେ ସୁଦ୍ଧା ୧୩୨.୪୧ କୋଟି ଜନସାଧାରଣ ବସବାସ କରନ୍ତି। ଦେଶର ଭୌଗଳିକ ସ୍ଥିତି ତୁଳନାରେ ଜନସଂଖ୍ୟା ବେଶ୍‌ ଅଧିକ। ଏପରି ଏକ ସଉକ ପାଇଁ ପ୍ରୋତ୍ସାହିତ ନହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ)

ସମ୍ବନ୍ଧିତ ଖବର