ଦୀର୍ଘ ୨୨ ବର୍ଷ ଧରି ଘଞ୍ଚ ଜଙ୍ଗଲରେ ଏକା ରହୁଛନ୍ତି ବ୍ରାଜିଲର ଏକ ଜନଜାତିର ଜୀବିତ ଥିବା ଜଣେ ଅନ୍ତିମ ବ୍ୟକ୍ତି !

ଦୀର୍ଘ ବର୍ଷ ହେଲା ଘଞ୍ଚ ଜଙ୍ଗଲରେ ଏକା ରହୁଥିବା ବ୍ରାଜିଲର ଏକ ଜନଜାତିର ଜୀବିତ ଥିବା ଜଣେ ଅନ୍ତିମ ବ୍ୟକ୍ତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ବ୍ୟକ୍ତି ପାଖାପାଖି ୨୨ ବର୍ଷ ହେବ ଘଞ୍ଚ ଜଙ୍ଗଲରେ ଏକା ରହୁଛନ୍ତି। ତାଙ୍କର ଅନ୍ୟ ସାଥୀମାନଙ୍କୁ ୧୯୯୦ ଦଶକରେ ହତ୍ୟା କରାଯାଇଥିଲା। ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ସୂଚନା ସାମ୍ନାକୁ ଆସିପାରିନାହିଁ କିନ୍ତୁ ତାଙ୍କ ବୟସ ୫୦ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଦୂରରୁ ହିଁ ସରକାର ତାଙ୍କୁ ସହାୟତା ଯୋଗାଇ ଦେଉଛନ୍ତି।

ଯେତେବେଳେ ଏହି ବ୍ୟକ୍ତିଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ସାହାଯ୍ୟ କରୁଥିବା ଜଣେ ଲୋକଙ୍କୁ ଏହି ବ୍ୟକ୍ତିଜଣଙ୍କ ତୀର ମାରି ଆହତ କରିଦେଇଥିଲେ। ଏହା ପରେ ସୂଚନାଦାତାଙ୍କ କହିବା ଅନୁଯାୟୀ, ଏହି ବ୍ୟକ୍ତି ବାହାର ଲୋକମାନଙ୍କ ସହ ସାକ୍ଷାତ କରିବାକୁ ଚାହୁଁ ନାହାନ୍ତି। ସୂଚନାଦାତାଙ୍କ କହିବା କଥା, ଏହି ବ୍ୟକ୍ତି ପାଖାପାଖି ୨୨ ବର୍ଷ ଧରି ଜଙ୍ଗଲରେ ଏକା ହିଁ ବସବାସ କରୁଛନ୍ତି। କିନ୍ତୁ ବ୍ରାଜିଲ ସରକାରଙ୍କ ସହ ଯୋଡି ହୋଇଥିବା ଏକ ସଂସ୍ଥା ଦୂରରୁ ହିିଁ ଏହି ବ୍ୟକ୍ତିଙ୍କ ପ୍ରତି ଦୃଷ୍ଟି ରଖିଛି। ତେବେ ଏହି ବ୍ୟକ୍ତି ବଞ୍ଚିଥିବାର ପ୍ରମାଣ ମେ ମାସରେ ମିଳିଥିଲା। ଏବେ ଭାଇରାଲ ହୋଇଥିବା ଏହି ବ୍ୟକ୍ତିଙ୍କର ଫୁଟେଜ୍‌ ୨୦୧୧ ମସିହାରେ ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର