ଟାଇଟ୍‌ ଜିନ୍‌ସ ପିନ୍ଧୁଛନ୍ତି କି? ଏଥିପ୍ରତି ସତର୍କ ରୁହନ୍ତୁ, ନ ହେଲେ ଭୋଗିପାରିନ୍ତି ଏପରି ସମସ୍ୟା!

ଆଜିକାଲି ଟାଇଟ୍‌ ଜିନ୍‌ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିବା ଏକ ସଉକ୍‌ରେ ପରିଣତ ହେଲାଣି। କିନ୍ତୁ ଆପଣ ଏହା ବି ଦେଖିଥିବେ ଯେ ପୁରୁଷଙ୍କ ଅପେକ୍ଷା ଅଧିକାଂଶ ଝିଅ ଟାଇଟ୍‌ ଜିନ୍‌ସ ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି। ଏହା ଅବଶ୍ୟ ଏତେ ଆରାମ ଦାୟକ ହୋଇ ନଥାଏ। କିନ୍ତୁ ଏହା ଫେଶନ୍‌ରେ ଯାଉଥିବାରୁ ଏହାକୁ ପିନ୍ଧିବାକୁ ପସନ୍ଦ କରନ୍ତି।

ସୂଚନା ମୁତାବକ, ଅଷ୍ଟ୍ରେଲିଆର ମହିଳା ଏକ ସମୟରେ ବହୁତ ଟାଇଟ୍‌ ଜିନ୍‌ସ ପିନ୍ଧୁଥିଲେ, ଯାହା କାରଣରୁ ତାଙ୍କ ଗୋଡରେ ରକ୍ତ ପ୍ରବାହ ବନ୍ଦ ହୋଇଯାଉଥିଲା ଏବଂ ସେମାନେ ବେହୋସ୍‌ ହୋଇଯାଉଥିଲେ। ଏହି ସମସ୍ୟା ଆଜି ବି ସେଠାକାର ମହିଳାଙ୍କ ଠାରେ ଦେଖିବାକୁ ମିଳେ।

ଟାଇଟ୍‌ ଜିନ୍‌ସ ପିନ୍ଧିବା ଦ୍ୱାରା ଜଙ୍ଘର ସ୍ନାୟୁ ଗୁଡିକ ଦବିଯାଏ, ଯଦ୍ୱାରା ଗୋଡକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ଏହା ଦ୍ୱାରା ଆପଣଙ୍କ ଠାରେ ଝିମଝିମ୍‌ ହେବା ବା ଅନୁଭୂତି ଶୂନ୍ୟ ହେବା ଭଳି ଅସୁବିଧା ହୁଏ।

ଯଦି ଆପଣଙ୍କୁ ଏମିତି କାମ ମିଳିଛି, ଯେଉଁଠି ଦିନସାରା ଛିଡା ହେବାକୁ ପଡେ, ତେବେ ଆପଣଙ୍କ ଗୋଡରେ ବହୁତ ଯନ୍ତ୍ରଣା ଏବଂ ଦୁର୍ବଳତା ଭଳି ସମସ୍ୟାର ସାମନା କରିବାକୁ ପଡିପାରେ। ଟାଇଟ୍‌ ଜିନ୍‌ସ ପିନ୍ଧିବା ଦ୍ୱାରା ଅଧିକ ସମୟ ଛିଡା ହେବାର କ୍ଷମତା କମିଯାଏ। ଏହା ଦ୍ୱାରା ଅଭ୍ୟନ୍ତରୀଣ ସହିତ ବାହାର ଶରୀରରେ ବି ସମସ୍ୟା ହୋଇଥାଏ। ବାହାରୀ ସମସ୍ୟା ଅର୍ଥ ଟାଇଟ୍‌ ଜିନ୍‌ସ ଆପଣଙ୍କ ଜଙ୍ଘର ତ୍ୱଚାକୁ କ୍ଷତି ପହଂଚାଇପାରେ।

ଏହା କେବଳ ମହିଳାଙ୍କ ଠାରେ ସମସ୍ୟା ସୃଷ୍ଟି କରେ ଏହା ନୁହେଁ। ପୁରୁଷଙ୍କ ଠାରେ ଟାଇଟ୍‌ ଜିନ୍‌ସ ଜନିତ ସମସ୍ୟା ଦେଖାଯାଏ। ମହିଳାଙ୍କ ମୁକାବିଲାରେ ପୁରୁଷଙ୍କଠାରେ ଅଧିକ ଘାତକ କ୍ଷତି ପହଂଚାଇପାରେ। ଟାଇଟ୍‌ ଜିନ୍‌ସ କାରଣରୁ ପୁରୁଷଙ୍କ ଅଣ୍ଡକୋଷରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ଯଦ୍ୱାରା ତାଙ୍କର ବୈବାହିକ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପଡିପାରେ।

ସମ୍ବନ୍ଧିତ ଖବର