ଗଣେଶଙ୍କର ଦୁଇ ଜଣ ପତ୍ନୀ କାହିଁକି

ଅଧିକଂଶ ପୁରାଣରେ ଗଣେଶଙ୍କୁ ଜଣେ ଅବିବାହିତ ଦେବତା ଭାବେ ବର୍ଣ୍ଣିତ ହୋଇଥିଲେ ମଧ୍ୟ ଅଳ୍ପ କେତେକ ପୁରାଣରେ ଗଣେଶ ବିବାହିତ ବୋଲି କୁହାଯାଇଛି। ତାଙ୍କର ସିଦ୍ଧି ଏବଂ ବୁଦ୍ଧି ନାମ୍ନୀ ଦୁଇ ଜଣ ପତ୍ନୀ ଅଛନ୍ତି। କେତେକଙ୍କ ମତରେ ଏହା ପ୍ରତୀକାତ୍ମକ ବର୍ଣ୍ଣନା। ଗଣେଶଙ୍କ ଦୁଇ ପତ୍ନୀ ତାଙ୍କ ସହ ସଂଶ୍ଳିଷ୍ଟ ଉତ୍ତୁଙ୍ଗ ଦର୍ଶନକୁ ସୂଚନା ଦେଉଛି। ଗଣେଶଙ୍କ ହାତୀ ମସ୍ତକ। ହାତୀ ମସ୍ତକ ଜ୍ଞାନ ଓ ପ୍ରଜ୍ଞାର ସଙ୍କେତ। ଗଣେଶ ଜ୍ଞାନ ଓ ପ୍ରଜ୍ଞା ବଳରେ ସୃଷ୍ଟି ପରିଚାଳନା କରନ୍ତି।

ସଫଳ ପ୍ରଶାସନ ପାଇଁ ଦୁଇଟି ଜିନିଷ ଆବଶ୍ୟକ ହୋଇଥାଏ। ତାହା ହେଉଛି ଯୋଜନା ଓ କାର୍ଯ୍ୟକାରିତା। ଏଥିରୁ ଗୋଟିଏ ହେଉଛି ମସ୍ତିଷ୍କର କାର୍ଯ୍ୟ ଏବଂ ଅନ୍ୟଟି ଶରୀରର କାର୍ଯ୍ୟ। ସେ ଦୁଇଟିର ପ୍ରକାଶ୍ୟ ରୂପ ହେଉଛିନ୍ତି ବୁଦ୍ଧି ଓ ସିଦ୍ଧି।

ପୁରାଣ ବର୍ଣ୍ଣନା ଅନୁସାରେ, ବୁଦ୍ଧି ଓ ସିଦ୍ଧିଙ୍କ ଠାରୁ ଗଣେଶଙ୍କର ଶୁଭ ଏବଂ ଲାଭ ନାମରେ ଦୁଇ ପୁତ୍ର ଜାତ ହୋଇଥିଲେ। ତାହା ମଧ୍ୟ ପ୍ରତୀକାତ୍ମକ। ଗୋଟିଏ ପବିତ୍ରତାର ଚିହ୍ନ ହୋଇଥିବା ବେଳେ ଅନ୍ୟଟି ସମ୍ପଦ। ଅର୍ଥାତ ବୁଦ୍ଧି ଓ ସିଦ୍ଧି ବଳରେ ଜଣେ ଦୁନିଆରେ ପବିତ୍ରତା ଏବଂ ଧନଧାନ୍ୟ ପ୍ରାପ୍ତ ହୋଇଥାଏ।

ମହାତ୍ମାମାନଙ୍କ ମତରେ ଗଣେଶଙ୍କର ଦୁଇ ପତ୍ନୀ ସ୍ଥଳ ନୁହେଁ ପ୍ରତୀକାତ୍ମ।

ସମ୍ବନ୍ଧିତ ଖବର