ସନ୍ଧ୍ୟା ୭ଟା ପରେ ବରଯାତ୍ରୀ ଆସିବାକୁ ବନ୍ଦ କରିଛନ୍ତି ଏହି ଗ୍ରାମର ମହିଳା

ନୂଆଦିଲ୍ଲୀ : ଭାରତରେ ବିବାହ କେବଳ ଏକ ପରମ୍ପରା ନୁହଁ ବରଂ ଏହାକୁ ଏକ ଉତ୍ସବ ଭାବେ ପାଳନ କରାଯାଇଥାଏ। ସାଧାରଣତଃ ବିବାହରେ ବରଯାତ୍ରୀ ଯିବା ସମୟରେ ଅନେକ ମଦ୍ୟପାନ କରି ଝଗଡ଼ା ଆଦି କରିବାର ଦେଖାଯାଇଥାଏ । ତେବେ ଏଭଳି ଆଚରଣକୁବେଲାଓ୍ଵତି ଗ୍ରାମର ମହିଳାମାନେ ବନ୍ଦ କରିଛନ୍ତି। ଏହି ଗ୍ରାମରେ ସନ୍ଧ୍ୟା ୭ଟା ପରେ ବରଯାତ୍ରୀ ବାହର କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ଏପରି ନିୟମ ପଛର କାରଣ ।
ବରଯାତ୍ରୀ ଯିବା ବେଳେ ଆକର୍ଷଣର କେନ୍ଦ୍ର ପାଲଟିଥାଏ ରଙ୍ଗବେରଙ୍ଗର ଆଲୋକ ଓ ବ୍ୟାଣ୍ଡବାଜା। ତେବେ କିଛି ସ୍ଥାନରେ ଅଧିକ ରାତିରେ ଡ଼ିଜେ ଏବଂ ଅଧିକ ଶବ୍ଦର ବାଜା ବଜାଇବା ବନ୍ଦ କରାଯାଇଥିବା ବେଳେ କିଛି ଅଞ୍ଚଳରେ ଏହା ବର୍ତ୍ତମାନ ମଧ୍ୟ ଚାଲୁଛି। ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିବାହର ଉତ୍ସବକୁ ବର୍ତ୍ତମାନ ମଦ୍ୟପାନ ଉତ୍ସବ ଭାବେ ଗ୍ରହଣ କରିନେଲେଣି । ବେଲଓ୍ଵାତିରରେ ଅତ୍ୟଧିକ ମାତ୍ରାରେ କାଜୁ ଗଛ ଦେଖିବାକୁ ମିଳିଥାଏ। ଏପରିକି ଏଠାକାର ଗ୍ରାମବାସୀ କାଜୁ ଏବଂ ସେଓକୁ ମିଶ୍ରଣ କରି ମଦ ପ୍ରସ୍ତୁତ କରି ତାହାକୁ ବିକ୍ରି କରି ନିଜର ପରିବାର ପୋଷଣ କରିଥାନ୍ତି। ଗ୍ରାମରେ ମଦ ପ୍ରସ୍ତୁତ ହେଉଥିବାରୁ ପ୍ରାୟ ସମସ୍ତ ଉତ୍ସବରେ ଯୁବପିଢ଼ି ବହୁମାତ୍ରାରେ ମଦ୍ୟପାନ କରିଥାନ୍ତି । ପୁଣି ମଦ୍ୟପାନ କରି ମାରପିଟ ଏବଂ ଝଗଡ଼ା କରିଥାନ୍ତି।

ଗ୍ରାମବାସୀ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ମଦ୍ୟପାନ ଅଭ୍ୟାସ ଏବଂ ଗଣ୍ଡଗୋଳ ହ୍ରାସ କରିବା ପାଇଁ ବେଲଓ୍ଵାତି ଡ଼ିସି ଅଫିସ ଏବଂ ପଞ୍ଚାୟତ ଅଫିସରେ ଆବେଦନ କଲେ। କିନ୍ତୁ ସେଠାରୁ ତାଙ୍କୁ କୌଣସି ପ୍ରକାରର ସାହାଯ୍ୟ ମିଳିଲା ନାହିଁ । ଏହାପରେ ନିରୁପାୟ ହୋଇ ଗ୍ରାମର ମହିଳା ଏବଂ ଗ୍ରାମ ବିକାଶ କମିଟି ମିଳିତ ଭାବେ ଗ୍ରାମରେ ମଦ ଏବଂ ଅଧିକ ରାତି ପର୍ଯ୍ୟନ୍ତ ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ବନ୍ଦ କଲେ ।

indiatimes.com

‘କିଛି ଦିନ ପୂର୍ବେ ଗ୍ରାମପଞ୍ଚାୟତର ସଭାରେ ଏହି ନିଷ୍ପତ୍ତିି ଗ୍ରହଣ କରାଯାଇଛି । ଏହା ଦ୍ୱାରା ଗ୍ରାମରେ ମଦ ବନ୍ଦ କରାଯିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରାଯିବା ଲାଗି ଉଦ୍ୟମ ଆରମ୍ଭ ହେଲା। ଏହା ଦ୍ୱାରା ଗ୍ରାମରେ ୭୦ % ମଦ୍ୟପାନ କମ ହେବା ସହ ଝଗଡ଼ାଝାଟି ଆଦି ବହୁ ମାତ୍ରାରେ କମ ହୋଇଛି । ଆମ ଗ୍ରାମରେ ଏପରି ସକାରତ୍ମକ ପରିବର୍ତ୍ତନ ଦେଖିବା ପରେ ପାଖଆଖ ଗ୍ରାମ ମଧ୍ୟ ଏହି ଉପାୟ ଅବଲମ୍ବନ କରିବାର ନିଷ୍ପତ୍ତି ନେଇଛନ୍ତି।’ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଗ୍ରାମବାସୀ ଓମାନୀ ଭଗାନ ।

ସମ୍ବନ୍ଧିତ ଖବର