ଓଭାଲ (ଲଣ୍ଡନ): େଓ୍ଵଷ୍ଟ୍ଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଦିନିକିଆକୁ ଇଂଲଣ୍ଡ ୬ ରନ୍ (ଡିଏଲ୍)ରେ ଜିତି ୫ ଟିକିଆ ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍ ପୂର୍ବରୁ ଆଗୁଆ କବ୍ଜା କରିନେଇଛି। ପ୍ରଥମ ମ୍ୟାଚ୍କୁ ୭ ଓ୍ଵିକେଟ୍ ଏବଂ ତୃତୀୟ ମ୍ୟାଚ୍କୁ ୧୨୪ ଜିତିଥିବା ଇଂଲଣ୍ଡ ବୁଧବାର ରାତିରେ ଚତୁର୍ଥ ଦିନିକିଆକୁ ଜିତି ୩-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ଓଭାଲରେ ଏଭିନ୍ ଲୁଇସ୍ଙ୍କ ଶତକ ଏବଂ ଅଧିନାୟକ ଜାସନ ହୋଲ୍ଡରଙ୍କ ଅର୍ଧଶତକ ସହାୟତରେ େଓ୍ଵଷ୍ଟଇଣ୍ଡିଜ୍ ୫ ଓ୍ଵିକେଟ୍ ହରାଇ ୩୫୬ ରନ୍ କରିଥିଲା। ଲୁଇସ୍ ୧୭୬ ରନ୍ (୧୩୦ ବଲ୍, ୧୭ ଚୌକା) ଏବଂ ହୋଲ୍ଡର ୭୭ ରନ୍ (୬୨ ବଲ୍, ୪ ଚୌକା, ୪ ଛକା) କରିଥିଲେ। ଏମାନଙ୍କ ଛଡ଼ା ଜାସନ ମହମ୍ମଦ ଉପଯୋଗୀ ୪୬ ରନ୍ କରିଥିଲେ। କ୍ରିସ୍ ଓ୍ଵକ୍ସ ସଫଳ ବୋଲର ଭାବେ ୩ ଓ୍ଵିକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ ରୟ ୮୪ ରନ୍ (୬୬ ବଲ୍, ୧୧ ଚୌକା, ୨ ଛକା) ଏବଂ ଜନି ବେୟାରଷ୍ଟୋଙ୍କ ୩୯ ରନ୍ ସହୟତା ପ୍ରଥମ ଓ୍ଵିକେଟ ଭାଗୀଦାରିରେ ଇଂଲଣ୍ଡ ୧୭.୪ ଓଭରରେ ୧୨୬ ରନ୍କରି ଭଲ ସ୍ଥିତିରେ ରହିଥିଲା। ଏହାପରେ ଅଲ୍ଜାରି ଯୋସେଫ୍ ଲଗାତାର ଭାବେ ୫ ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ଝଟ୍କା ଦେଇଥିଲେ। କିନ୍ତୁ ଗତ ମ୍ୟାଚ୍ରେ ଶତକ ଅର୍ଜନ କରିଥିବା ମୋଇନ ଅଲ୍ଲୀ ୪୮* ଏବଂ ଜୋସ୍ ବଟ୍ଲର ୪୩* ରନ୍ କରି ୩୫.୧ ଓଭରରେ ଦଳୀୟ ସ୍କୋର୍ ୨୫୮ରେ ପହଞ୍ଚାଇ ଥିଲେ। ଏହି ସମୟରେ ବର୍ଷା ହେବାରୁ ଖେଳ ସମ୍ଭବ ହୋଇନପାରିବାରୁ ଡିଏଲ୍ ବ୍ୟବସ୍ଥାରେ ଇଂଲଣ୍ଡ ୬ ରନ୍ରେ ମ୍ୟାଚ୍ ଜିତି ନେଇଥିଲା।